ବିଜେପି ଛାଡ଼ୁଛନ୍ତି କି ଶେହଜାଦ ପୁନାୱାଲା? X ବାୟୋ ବଦଳିବା ପରେ ଜୋର ଧରିଲା ଚର୍ଚ୍ଚା

ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କ’ଣ ସକ୍ରିୟ ରାଜନୀତିରୁ ଦୂରେଇ ଯାଉଛନ୍ତି? ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତାଙ୍କ ବାୟୋ ପରିବର୍ତ୍ତନ ପରେ ଦେଶର ରାଜନୈତିକ ମହଲରେ ଏହି ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କ’ଣ ସକ୍ରିୟ ରାଜନୀତିରୁ ଦୂରେଇ ଯାଉଛନ୍ତି? ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତାଙ୍କ ବାୟୋ ପରିବର୍ତ୍ତନ ପରେ ଦେଶର ରାଜନୈତିକ ମହଲରେ ଏହି ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏପର୍ଯ୍ୟନ୍ତ ଶେହଜାଦ ପୁନାୱାଲା କିମ୍ବା ବିଜେପି ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ । ବିଜେପିର ଜଣାଶୁଣା ମୁହଁ ଏବଂ ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ ନେଇ ହଠାତ୍ ବଢ଼ିଛି ଚର୍ଚ୍ଚା । ଏହାର କାରଣ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତାଙ୍କ ପ୍ରୋଫାଇଲ ବାୟୋରେ ହୋଇଥିବା ପରିବର୍ତ୍ତନ । ପୂର୍ବରୁ ତାଙ୍କ ବାୟୋରେ ‘BJP National Spokesperson’ ଲେଖା ଥିବାବେଳେ, ବର୍ତ୍ତମାନ ସେହି ପରିଚୟକୁ ହଟାଇ ଦିଆଯାଇଛି । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଶେହଜାଦ କ’ଣ ବିଜେପି ଛାଡ଼ୁଛନ୍ତି କିମ୍ବା ସକ୍ରିୟ ରାଜନୀତିରୁ ବିରତି ନେବାକୁ ଯାଉଛନ୍ତି ।

 କେବଳ ବାୟୋ ପରିବର୍ତ୍ତନ ନୁହେଁ, ତାଙ୍କର କିଛି ସମ୍ପ୍ରତିକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ତେବେ ଏସବୁ ମଧ୍ୟରେ ଶେହଜାଦ ପୁନାୱାଲା ନିଜେ କୌଣସି ସ୍ପଷ୍ଟ ବୟାନ ଦେଇନାହାନ୍ତି ।ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ ଏନେଇ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ । ତେଣୁ ସେ ଦଳ ଛାଡ଼ୁଛନ୍ତି କିମ୍ବା ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି ବୋଲି ଏବେଠାରୁ କହିବା ଠିକ୍ ହେବ ନାହିଁ । ଶେହଜାଦ ପୁନାୱାଲା ଟେଲିଭିଜନ ଡିବେଟ୍‌ରେ ବିଜେପିର ଜଣେ ଆକ୍ରମଣାତ୍ମକ ମୁଖପାତ୍ର ଭାବେ ପରିଚିତ । ବିଭିନ୍ନ ଜାତୀୟ ପ୍ରସଙ୍ଗରେ ସେ ଦଳର ପକ୍ଷ ରଖି ଚର୍ଚ୍ଚାରେ ରହିଆସିଛନ୍ତି । ତେଣୁ ତାଙ୍କ ବାୟୋରେ ଏହି ପରିବର୍ତ୍ତନ ରାଜନୈତିକ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *