ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କ’ଣ ସକ୍ରିୟ ରାଜନୀତିରୁ ଦୂରେଇ ଯାଉଛନ୍ତି? ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତାଙ୍କ ବାୟୋ ପରିବର୍ତ୍ତନ ପରେ ଦେଶର ରାଜନୈତିକ ମହଲରେ ଏହି ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।
ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା କ’ଣ ସକ୍ରିୟ ରାଜନୀତିରୁ ଦୂରେଇ ଯାଉଛନ୍ତି? ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତାଙ୍କ ବାୟୋ ପରିବର୍ତ୍ତନ ପରେ ଦେଶର ରାଜନୈତିକ ମହଲରେ ଏହି ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏପର୍ଯ୍ୟନ୍ତ ଶେହଜାଦ ପୁନାୱାଲା କିମ୍ବା ବିଜେପି ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ । ବିଜେପିର ଜଣାଶୁଣା ମୁହଁ ଏବଂ ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ ନେଇ ହଠାତ୍ ବଢ଼ିଛି ଚର୍ଚ୍ଚା । ଏହାର କାରଣ ହେଉଛି ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ତାଙ୍କ ପ୍ରୋଫାଇଲ ବାୟୋରେ ହୋଇଥିବା ପରିବର୍ତ୍ତନ । ପୂର୍ବରୁ ତାଙ୍କ ବାୟୋରେ ‘BJP National Spokesperson’ ଲେଖା ଥିବାବେଳେ, ବର୍ତ୍ତମାନ ସେହି ପରିଚୟକୁ ହଟାଇ ଦିଆଯାଇଛି । ଏହାପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି ଯେ, ଶେହଜାଦ କ’ଣ ବିଜେପି ଛାଡ଼ୁଛନ୍ତି କିମ୍ବା ସକ୍ରିୟ ରାଜନୀତିରୁ ବିରତି ନେବାକୁ ଯାଉଛନ୍ତି ।
କେବଳ ବାୟୋ ପରିବର୍ତ୍ତନ ନୁହେଁ, ତାଙ୍କର କିଛି ସମ୍ପ୍ରତିକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ତେବେ ଏସବୁ ମଧ୍ୟରେ ଶେହଜାଦ ପୁନାୱାଲା ନିଜେ କୌଣସି ସ୍ପଷ୍ଟ ବୟାନ ଦେଇନାହାନ୍ତି ।ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ ଏନେଇ କୌଣସି ଆଧିକାରିକ ପ୍ରତିକ୍ରିୟା ଆସିନାହିଁ । ତେଣୁ ସେ ଦଳ ଛାଡ଼ୁଛନ୍ତି କିମ୍ବା ରାଜନୀତିରୁ ସନ୍ନ୍ୟାସ ନେଉଛନ୍ତି ବୋଲି ଏବେଠାରୁ କହିବା ଠିକ୍ ହେବ ନାହିଁ । ଶେହଜାଦ ପୁନାୱାଲା ଟେଲିଭିଜନ ଡିବେଟ୍ରେ ବିଜେପିର ଜଣେ ଆକ୍ରମଣାତ୍ମକ ମୁଖପାତ୍ର ଭାବେ ପରିଚିତ । ବିଭିନ୍ନ ଜାତୀୟ ପ୍ରସଙ୍ଗରେ ସେ ଦଳର ପକ୍ଷ ରଖି ଚର୍ଚ୍ଚାରେ ରହିଆସିଛନ୍ତି । ତେଣୁ ତାଙ୍କ ବାୟୋରେ ଏହି ପରିବର୍ତ୍ତନ ରାଜନୈତିକ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

