ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ, ପ୍ରତି ଦୁଇ ମାସରେ ଥରେ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବସିବାର ବ୍ୟବସ୍ଥା ଅଛି। ମାତ୍ର ୧୦ ମାସ ହେଲା ଭାପୁର ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବାସିନଥିବାରୁ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟସଭ୍ୟା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
ନୟାଗଡ଼ ଭାପୁର ବ୍ଲକ୍ କାର୍ଯ୍ୟାଳୟରେ ସରକାରୀ ନୀତିନିୟମକୁ ବେଖାତିର । ସରକାରଙ୍କ ଗାଇଡ୍ ଲାଇନ ଅନୁସାରେ, ପ୍ରତି ଦୁଇ ମାସରେ ଥରେ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବସିବାର ବ୍ୟବସ୍ଥା ଅଛି। ମାତ୍ର ୧୦ ମାସ ହେଲା ଭାପୁର ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବାସିନଥିବାରୁ ନିର୍ବାଚିତ ସରପଞ୍ଚ ସମିତି ସଭ୍ୟସଭ୍ୟା ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସମିତି ମିଟିଙ୍ଗ ପାଇଁ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ବାରମ୍ବାର ଭାପୁର ବ୍ଲକ ବିଡ଼ିଓଙ୍କୁ ଚିଠି କରିଥିଲେ ମଧ୍ୟ ବ୍ଲକ ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା ହେୟ ଜ୍ଞାନ ଭାବି ମିଟିଙ୍ଗ ଡାକୁ ନଥିବା ଅଭିଯୋଗ ହୋଇଛି । ବ୍ଲକ୍ ଅଧ୍ୟକ୍ଷା ଚିଠି ଲେଖିବାକୁ ୯ ଦିନ ବିତି ଯାଇଥିଲେ ବି ସମିତି ମିଟିଙ୍ଗ ଡାକିବା ନିମନ୍ତେ କୌଣସି ଚିଠି ନକରିବାରୁ ଗତବର୍ଷ ଅକ୍ଟୋବର ମାସରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ କୌଣସି ସୁଫଳ ନମିଳିବାରୁ ଅଧକ୍ଷା ଉଚ୍ଚନ୍ୟାୟାଳୟଙ୍କ ଆଶ୍ରୟ ନେଲେ ।
ଉଚ୍ଚନ୍ୟାୟାଳୟ ଅଭିଯୋଗକୁ ଗ୍ରହଣ କରି ତା ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅଧକ୍ଷା, ବି.ଡି.ଓ ଆଲୋଚନା କରି ସମିତି ମିଟିଙ୍ଗ କରାଇବେ ବୋଲି କହିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲାପାଳ ଉଭୟ ଙ୍କ ସହିତ ଆଲୋଚନା କରି ସମିତି ମିଟିଙ୍ଗ ଡାକିବା ନିମନ୍ତେ ଗତ ଜାନୁଆରୀ ମାସରେ ବି.ଡି.ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେହି ଘଟଣାକୁ ବି ୬ ମାସ ବିତି ଯାଇଥିଲେ ମଧ୍ୟ ବିଡିଓ ସମିତି ମିଟିଙ୍ଗ୍ ଡକାଇ ନଥିଲେ। ବର୍ତ୍ତମାନ ୧୦ ମାସ ବିତିଗଲା ପଛେ ଭାପୁର ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ହୋଇନଥିବା ଘଟଣାକୁ ନେଇ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟସଭ୍ୟା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

