ସୁନାବେଶ ପାଇଁ ପୁରୀରେ ଭିଡ଼, ଏବେଠୁ ହେଲାଣି ଟ୍ରାଫିକ ଜାମ୍

ଆଜି ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ଆଜି ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବରରୁ ପୁରୀ ଆଡ଼କୁ ଅଧିକରୁ ଅଧିକ ବାହାନ ଯାଉଛି ଏବଂ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏନେଇ ପୁରୀ ଟ୍ରାଫିକ କଣ୍ଟ୍ରୋଲ ରୁମ ପକ୍ଷରୁ ସଚେତନ କରାଯାଇଛି । ସବୁ ଗାଡ଼ିକୁ ତାଳବଣିଆ ଏକ୍ସିସ୍‌ ଆଡ଼କୁ ଯିବାକୁ ପରାମର୍ଶ ଦିଆଯାଉଛି । ମାଳତିପାଟପୁରରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ଏବଂ ଏହି ସମୟ ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ସତର୍କ ରହିବା ସହ ସେହି ଅନୁଯାୟୀ ଯାତ୍ରା କରିବା ପାଇଁ ଯୋଜନା କରିବାକୁ କୁହାଯାଇଛି । 

Leave a Reply

Your email address will not be published. Required fields are marked *