କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆସିଛି । ଚାମେଲୀଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ / ସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି।
ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା । କେନ୍ଦ୍ରାପଡା ମହାକାଳପଡା, ତିଖିରି ପଂଚାୟତର ସରପଂଚ ଚାମେଲୀ ଓଝାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆସିଛି । ଚାମେଲୀଙ୍କ ବିରୁଦ୍ଧରେ ୨୧ ଜଣ ୱାର୍ଡ ସଭ୍ୟ / ସଭ୍ୟାଙ୍କ ଦ୍ଵାରା ପ୍ରସ୍ତାବିତ ଏକ ଅନାସ୍ଥା ପତ୍ର ଦିଆଯାଇଛି । ଯାହାର ଆଧାରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ମହାକାଳପଡା ପଂଚାୟତ ସମିତିର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅନାସ୍ଥା ଭୋଟିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସଭ୍ୟ ମାନଙ୍କର ସ୍ବାକ୍ଷରର ସଠିକତା ଯାଞ୍ଚ କରିବା ନିମନ୍ତେ ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୩ ଟାରେ କେନ୍ଦ୍ରାପଡା ଉପ-ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ନିମନ୍ତେ ସମ୍ବର ୱାର୍ଡ ସଭ୍ୟ /ସଭ୍ୟ ମାନଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଯାଯାଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଚାମେଲି କହିଛନ୍ତି ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ତାଙ୍କୁ କାର୍ଯ୍ୟ କରିବାକୁ ଦିଆଯାଉନାହିଁ ।

