ମହାପ୍ରଭୁଙ୍କ ଦର୍ଶନ ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ, ଭକ୍ତଙ୍କ ଭାବନା ସହ ଖେଳ

ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ। ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି ।

ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁଣି ଭକ୍ତଙ୍କ ଭାବନା ସହ ଖେଳ । ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରାଇଦେବା ନାଁରେ ସୋସିଆଲ୍ ମିଡିଆରେ ବିଜ୍ଞାପନ। ଜଗନ୍ନାଥ ଧାମ ଦର୍ଶନ ଏବେ ଆହୁରି ସହଜ ନେଇ ବିଜ୍ଞାପନରେ ଦର୍ଶାଯାଇଛି । ଇଓ ଓଡ଼ିଶା ପକ୍ଷରୁ ଏହି ବିଜ୍ଞାପନ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । 

ଅଗଷ୍ଟ ୧ରୁ ଏହି ସେବା ଆରମ୍ଭ ହେଉଥିବା ସଂସ୍ଥା ପକ୍ଷରୁ ବିଜ୍ଞାପନ ଦିଆଯାଇଛି । ଯୋଗାଯୋଗ ନମ୍ବର ବି ଦିଆଯାଇଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ଶ୍ରୀମନ୍ଦିରରେ କୌଣସି ଭିଆଇପି ଦର୍ଶନ ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇନଥିବା ବେଳେ କିଭଳି ମନଇଚ୍ଛା ମହାପ୍ରଭୁଙ୍କୁ ନେଇ ଅଭଳି ବିଜ୍ଞାପନ ଦେଉଛନ୍ତି ସଂସ୍ଥା ସେ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *