ଆଉ ଦିନ କେଇଟା ପରେ ରଥଯାତ୍ରା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପାରଳାଖେମୁଣ୍ଡି ରାଜଦାଣ୍ଡ ରଥ ଖଳାରେ ପ୍ରସ୍ତୁତ ହେଉଛି ତିନି ରଥ । ନିୟୋଜିତ ଅଛନ୍ତି ୪୦ରୁ ଉର୍ଦ୍ଧ୍ବ ମହାରଣା ଓ କାଠ କାରିଗର ।
ଆଉ ଦିନ କେଇଟା ପରେ ରଥଯାତ୍ରା । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ପାରଳାଖେମୁଣ୍ଡି ରାଜଦାଣ୍ଡ ରଥ ଖଳାରେ ପ୍ରସ୍ତୁତ ହେଉଛି ତିନି ରଥ । ନିୟୋଜିତ ଅଛନ୍ତି ୪୦ରୁ ଉର୍ଦ୍ଧ୍ବ ମହାରଣା ଓ କାଠ କାରିଗର । ଜଗନ୍ନାଥଙ୍କ ରଥ ନିର୍ମାଣରେ ଭାଗ ନେଇଥିବାରୁ କାରିଗରଙ୍କ ଉତ୍ସାହ ଓ ଆଗ୍ରହ କହିଲେ ନସରେ । ପାରଳା ରାଜଦାଣ୍ଡରେ ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦେବେ ଜଗତର ନାଥ ଜଗନ୍ନାଥ । ଯାହାକୁ ନେଇ ପରିଚାଳନା କମିଟି ଓ ସର୍ବସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ଉପଯୁକ୍ତ ସମୟ ମଧ୍ୟରେ ତିନି ରଥ ନିର୍ମାଣ ଶେଷ କରିବାକୁ ସମସ୍ତେ ଲାଗି ପଡିଛନ୍ତି । ଗ୍ରୀଷ୍ମର ପ୍ରଭାବ ସତ୍ତ୍ବେ ଦୃତ ଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ ।
ସମୟ ପୂର୍ବରୁ ତିନି ରଥ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ନେଇ ଆଶା ରଖିଛନ୍ତି ପରିଚାଳନା କମିଟି ଓ ମହାରଣା । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଜନସାଧାରଣଙ୍କ ଭାବାବେଗ ଜଡ଼ିତ ଥିବା ଦୃଷ୍ଟିରୁ, ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ଆୟୋଜନ ସଂକ୍ରାନ୍ତୀୟ ସମସ୍ତ ସୁବିଧା ସହଯୋଗ ଯୋଗାଇ ଦିଆଯାଉଛି । ଏହି ସମୟରେ ବିଭିନ୍ନ ମେଳା ଓ ମିନାବଜାର ତଥ ବହୁ ଅସ୍ଥାୟୀ ଦୋକାନ ଜଗନ୍ନାଥ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନିୟନ୍ତ୍ରଣ କରିବା ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ତେବେ ପାରଳା ପୈାର ପରିଷଦ କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନର ପୂର୍ଣ୍ଣ ସହଯୋଗ ରହିଥିବା କହିଛନ୍ତି ରଥ ଯାତ୍ରା ପରିଚାଳନା କମିଟିର ସଦସ୍ୟ । ଅନ୍ୟ ପକ୍ଷରେ ନିଜେ ବିଧାୟକ ମଧ୍ୟ ରଥ ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ରଥଖଳାରେ ପ୍ରଶାସନ ଓ ରଥ ନିର୍ମାଣ କମିଟି ସହ ଆଲୋଚନା କରିଛନ୍ତି ।

