ଲାଞ୍ଚ ନେବାବେଳେ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଘରୁ ମିଳିଛି ବିପୁଳ ଟଙ୍କା, ଏକକାଳୀନ ୩ଟି ଠିକଣାରେ ଚାଲିଛି ଚଢ଼ାଉ ।
ଲାଞ୍ଚ ନେବାବେଳେ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଜୟପୁର ମାଇନ୍ସ ଡେପୁଟି ଡିରେକ୍ଟର ସତ୍ୟଜିତ ରାଉତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଘରୁ ମିଳିଛି ବିପୁଳ ଟଙ୍କା, ଏକକାଳୀନ ୩ଟି ଠିକଣାରେ ଚାଲିଛି ଚଢ଼ାଉ । ଏକ ବାଲି ଖାଦାନର ଲିଜ୍ ଅବଧି ବଢ଼ାଇବା ପାଇଁ ବାବୁ ଜଣକ ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ । ଟଙ୍କା ନେବ ହିଁ ତାଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଛି । ସତ୍ୟଜିତ ରାଉତଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ଟିମ୍ ଆକ୍ସନ ମୋଡ୍କୁ ଆସିଛି ।
ଆୟବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରିବା ପାଇଁ ଏକକାଳୀନ ୩ଟି ବାସଭବନରେ ଚଢ଼ାଉ ଜାରି ରହିଛି । ରାୟଗଡ଼ା ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ଭିଜିଲାନ୍ସ ହାତରେ ଲାଗିଛି ଅତିରିକ୍ତ ୨.୯ ଲକ୍ଷ ନଗଦ ଟଙ୍କା । ଏପର୍ଯ୍ୟନ୍ତ ମୋଟ୍ ୪.୯ ଲକ୍ଷ ଟଙ୍କା ଜବତ କରାଯାଇଛି । ବ୍ୟାଙ୍କ ଆକାଉଣ୍ଟ, ଜମି କାଗଜପତ୍ର ଏବଂ ଅନ୍ୟାନ୍ୟ ସମ୍ପତ୍ତିର ଯାଞ୍ଚ କରାଯାଉଥିବା ବେଳେ ଆଗକୁ ଜବତ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି ।

