ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଇରାନୀ ଅଧିକାରୀମାନେ କିଛି ସମୟ ପୂର୍ବରୁ ଫୋନ୍ କରିଥିଲେ । ସେମାନେ ଏକ ଆପୋଷ ସମାଧାନ କରିବାକୁ ଚାହୁଁଛନ୍ତି । ଇରାନ କୌଣସି ଚୁକ୍ତି ପାଳନ କରିବା ନେଇ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ସେ ନିଶ୍ଚିତ ନଥିବା ଟ୍ରମ୍ପ କହିଛନ୍ତି ।
ଆମେରିକା-ଇରାନ ବିବାଦ ପୁଣି ଥରେ ଉଗ୍ର ରୂପ ନେଇଛି । ଫଳରେ ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇ ଉଠିଛି। ଏହି ସମୟରେ, ଆମେରିକୀୟ ଡିଜିଟାଲ ମିଡିଆ ୱେବସାଇଟ୍ ଆକ୍ସିଓସ୍ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଇରାନୀ ଅଧିକାରୀମାନେ କିଛି ସମୟ ପୂର୍ବରୁ ଫୋନ୍ କରିଥିଲେ । ସେମାନେ ଏକ ଆପୋଷ ସମାଧାନ କରିବାକୁ ଚାହୁଁଛନ୍ତି । ଇରାନ କୌଣସି ଚୁକ୍ତି ପାଳନ କରିବା ନେଇ ବିଶ୍ୱାସ କରାଯାଇପାରିବ ନାହିଁ ବୋଲି ସେ ନିଶ୍ଚିତ ନଥିବା ଟ୍ରମ୍ପ କହିଛନ୍ତି । ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଅପମାନଜନକ ଭାଷାରେ ନୁହେଁ, ବରଂ କାର୍ଯ୍ୟ ଦ୍ୱାରା ଜବାବ ଦେଇଥାଉ । ସେ କହିଛନ୍ତି, ଟ୍ରମ୍ପଙ୍କ ବକ୍ତବ୍ୟ ଇରାନବାସୀଙ୍କ ମହାନତା, ମର୍ଯ୍ୟାଦା ଏବଂ ଦୃଢ଼ ନିଷ୍ପତ୍ତିକୁ ଦୁର୍ବଳ କରିପାରିବ ନାହିଁ । ଇରାନ ନିଜର ଜାତୀୟ ସ୍ୱାର୍ଥ ଏବଂ ସାର୍ବଭୌମତ୍ୱକୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ କୌଣସି ଚାପ କିମ୍ବା ଅପମାନଜନକ ବୟାନବାଜି ଶୁଣି କେବେ ବି ପଛକୁ ହଟିବ ନାହିଁ ।
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଉପରେ ଆକ୍ରମଣ ଯୋଗୁଁ କ୍ରୋଧିତ ହୋଇ ଆମେରିକା ଇରାନ ଉପରେ ଆଉ ଏକ ଆକ୍ରମଣ ଆରମ୍ଭ କରିଛି । ଚାବାହାର ବନ୍ଦରରୁ ନେଇ ବନ୍ଦର ଆବାସ ପର୍ଯ୍ୟନ୍ତ, ଆମେରିକୀୟ ସେନା ପ୍ରବଳ ବୋମା ମାଡ଼ ଆରମ୍ଭ କରିଛି । ଏହି ବିନାଶକାରୀ ଆକ୍ରମଣରେ ଇରାନ ସମ୍ପୂର୍ଣ୍ଣ ଧ୍ୱଂସପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ମାତ୍ର ଗୋଟିଏ ଦିନ ପୂର୍ବରୁ, ଆମେରିକୀୟ ରାଷ୍ଟ୍ରପତି ଘୋଷଣା କରିଥିଲେ ଯେ ଇରାନ ଏବଂ ଆମେରିକା ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିନାମା ସମାପ୍ତ ହୋଇଛି । ଆମେରିକୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ଟ୍ରମ୍ପ କହିଛନ୍ତି, ତେହେରାନ ଅପେକ୍ଷା ବହୁତ ଶକ୍ତିଶାଳୀ ଭାବରେ ୱାସିଂଟନ ଜବାବ ଦେଇଛି । ଆମେ ସେମାନଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲୁ। ଇରାନୀମାନେ ଆମ ଉପରେ ଥରେ ଆକ୍ରମଣ କଲେ, ଆମେ ସେମାନଙ୍କ ଉପରେ ୨୦ ଥର ଆକ୍ରମଣ କରିବୁ ।

