ଆଜାଦନଗର ବିସ୍ଫୋରଣ ମାମଲାରେ NIAର ବଡ଼ ଆକ୍ସନ , ୟୁପିରୁ ରୋହନ ଗିରଫ

ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ନୂଆ ମୋଡ଼ ଆସିଛି । ଏହି ମାମଲାରେ ଏନଆଇଏ ଉତ୍ତରପ୍ରଦେଶରୁ ରୋହନ ରଞ୍ଜନ ରାଉତରାୟଙ୍କୁ ଗିରଫ କରିଛି ।

ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱର ସୁନ୍ଦରପଦା ଆଜାଦନଗରରେ ଘଟିଥିବା ଭୟଙ୍କର ବୋମା ବିସ୍ଫୋରଣ ଘଟଣାର ତଦନ୍ତରେ ନୂଆ ମୋଡ଼ ଆସିଛି । ଏହି ମାମଲାରେ ଏନଆଇଏ ଉତ୍ତରପ୍ରଦେଶରୁ ରୋହନ ରଞ୍ଜନ ରାଉତରାୟଙ୍କୁ ଗିରଫ କରିଛି । ରୋହନଙ୍କ ଘର ଭୁବନେଶ୍ୱରର ପଟିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଏନଆଇଏ ଟିମ୍ ଆଜାଦନଗରରେ ପହଞ୍ଚି ଘଟଣାସ୍ଥଳର ସରଜମିନ ତଦନ୍ତ କରିଥିଲା । ବିସ୍ଫୋରଣର ପ୍ରକୃତ କାରଣ, ଅପରାଧିକ ଲିଙ୍କ ଓ ସମ୍ଭାବ୍ୟ ଆତଙ୍କବାଦୀ ସଂଯୋଗକୁ ନେଇ ଏନଆଇଏ ଗଭୀର ଖୋଳତାଡ଼ ଚଳାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ୍ ‘ମଫି’ ଏବଂ ତାଙ୍କ ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

 ଏହାପରେ ଏନଆଇଏ କେସ୍ ନମ୍ବର ୧/୨୦୨୬ରେ ମାମଲା ରୁଜୁ କରି କମିଶନରେଟ୍ ପୁଲିସଠାରୁ ସମ୍ପୂର୍ଣ୍ଣ ତଦନ୍ତର ଦାୟିତ୍ୱ ନିଜ ହାତକୁ ନେଇଥିଲା ।ତଦନ୍ତ ବେଳେ ଜବତ ହୋଇଥିବା ଆର୍‌ଡିଏକ୍ସ (RDX) ବିସ୍ଫୋରକର ବ୍ୟବହାର, ଏହାର ଉତ୍ସ, ମଫିର ଆନ୍ତରାଜ୍ୟ ସଂଯୋଗ ଓ ପୂର୍ବ ଅପରାଧିକ ରେକର୍ଡକୁ ନେଇ ଏନଆଇଏ ଗଭୀର ତଦନ୍ତ କରୁଛି । ଏତେ ପରିମାଣର ବିସ୍ଫୋରକ କେଉଁ ଉଦ୍ଦେଶ୍ୟରେ ରଖାଯାଇଥିଲା ଓ କେଉଁଠି ବ୍ୟବହାର ହେବାର ଯୋଜନା ଥିଲା, ସେନେଇ ମଧ୍ୟ ତଦନ୍ତ ଚାଲିଛି । ଏପର୍ଯ୍ୟନ୍ତ ଏହି ମାମଲାରେ ୧୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଥିବାବେଳେ, ତଦନ୍ତ ଆଗକୁ ବଢ଼ିବା ସହ ଆଉ କିଛି ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *