ଜନ୍ମାଷ୍ଟମୀରେ କୃଷ୍ଣମୟ ‘କିଙ୍ଗ୍’ କୋହଲି; ଜୟ ଶ୍ରୀକୃଷ୍ଣ’ ଲେଖି ଫ୍ୟାନ୍ସଙ୍କୁ ଦେଲେ ଶୁଭେଚ୍ଛା, ଭାଇରାଲ୍ ହେଉଛି ପୋଷ୍ଟ

କ୍ରିକେଟ୍ ମୈଦାନରେ ନିଜ ବ୍ୟାଟିଂରେ ରାଜ କରୁଥିବା ବିରାଟ କୋହଲି ଏବେ ଭକ୍ତିରଙ୍ଗରେ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କୁ ମନେ ପକାଇଛନ୍ତି କିଙ୍ଗ୍ କୋହଲି । ସୋସିଆଲ ମିଡିଆରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଶେୟାର କରି ଦେଶବାସୀ ଓ ନିଜ ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । 

କ୍ରିକେଟ୍ ମୈଦାନରେ ନିଜ ବ୍ୟାଟିଂରେ ରାଜ କରୁଥିବା ବିରାଟ କୋହଲି ଏବେ ଭକ୍ତିରଙ୍ଗରେ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କୁ ମନେ ପକାଇଛନ୍ତି କିଙ୍ଗ୍ କୋହଲି । ସୋସିଆଲ ମିଡିଆରେ ଭଗବାନ ଶ୍ରୀକୃଷ୍ଣଙ୍କ ଫଟୋ ଶେୟାର କରି ଦେଶବାସୀ ଓ ନିଜ ଫ୍ୟାନ୍ସଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ବିରାଟ କୋହଲି ‘ଜୟ ଶ୍ରୀକୃଷ୍ଣ’ ଲେଖିବା ସହ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଛନ୍ତି । ଏହି ଷ୍ଟୋରୀରେ ସେ ବଂଶୀ ବଜାଉଥିବା ଶ୍ରୀକୃଷ୍ଣଙ୍କ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି । ଫଟୋରେ ଶ୍ରୀକୃଷ୍ଣଙ୍କ ନିକଟରେ ମାଖନ ମଧ୍ୟ ରହିଛି। କୋହଲିଙ୍କ ଏହି ଷ୍ଟୋରୀ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।

ବିରାଟ କୋହଲିଙ୍କ ଆଧ୍ୟାତ୍ମିକ ଯାତ୍ରା ମଧ୍ୟ ଏବେ ଚର୍ଚ୍ଚାର ବିଷୟ। ଗତ କିଛି ସମୟ ଧରି ତାଙ୍କୁ ଧାର୍ମିକ ସ୍ଥାନ ପରିଦର୍ଶନ କରୁଥିବା ଦେଖାଯାଉଛି । ବିଶେଷକରି ବୃନ୍ଦାବନ ଯାଇ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିବା ଘଟଣା ଅନେକଥର ସାମ୍ନାକୁ ଆସିଛି । ଏବେ ଜନ୍ମାଷ୍ଟମୀରେ ତାଙ୍କ ‘ଜୟ ଶ୍ରୀକୃଷ୍ଣ’ ବାର୍ତ୍ତା ପୁଣିଥରେ ତାଙ୍କ ଭକ୍ତିଭାବକୁ ସାମ୍ନାକୁ ଆଣିଛି ।

ଇଂଲଣ୍ଡରେ ଦେଖାଇଥିଲେ ବ୍ୟାଟିଂର ଦମ୍

କ୍ରିକେଟ୍ କଥା କହିଲେ, ନିକଟରେ ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ଦିନିକିଆ ସିରିଜ୍‌ରେ ବିରାଟ କୋହଲି ନଜର ଆସିଥିଲେ। ପ୍ରଥମ ମ୍ୟାଚ୍‌ରେ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ହେଲେ ଏହାପରେ ଦୁଇଟି ମ୍ୟାଚ୍‌ରେ ଜବରଦସ୍ତ କମ୍‌ବ୍ୟାକ୍ କରିଥିଲେ। ଦ୍ୱିତୀୟ ଦିନିକିଆରେ ୬୫ ରନ୍ କରିଥିବା ବେଳେ ଶେଷ ମ୍ୟାଚ୍‌ରେ ୭୪ ରନ୍‌ର ପାଳି ଖେଳିଥିଲେ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପୁଣି ନଜର ଆସିପାରନ୍ତି 

ଆଗାମୀ ଦିନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରେ କୋହଲିଙ୍କୁ ପୁଣି ମୈଦାନରେ ଦେଖିବାକୁ ମିଳିପାରେ। ସେପ୍ଟେମ୍ବର-ଅକ୍ଟୋବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ତିନିଟି ଦିନିକିଆ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି ।  ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇସାରିଥିବା ବିରାଟ କୋହଲି ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ୍‌ରେ ଭାରତ ପାଇଁ ଖେଳୁଛନ୍ତି । ବିରାଟ କୋହଲି ଏପର୍ଯ୍ୟନ୍ତ ୧୨୩ଟି ଟେଷ୍ଟ, ୧୨୫ଟି ଟି-୨୦ ଅନ୍ତର୍ଜାତୀୟ ଓ ୩୧୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ୯,୨୩୦ ରନ୍ ଓ ଟି-୨୦ ଅନ୍ତର୍ଜାତୀୟରେ ୪,୧୮୮ ରନ୍ କରିଛନ୍ତି । ସେହିପରି ଦିନିକିଆରେ କୋହଲିଙ୍କ ନାଁରେ ରହିଛି ୧୪,୯୪୧ ରନ୍ ।

Leave a Reply

Your email address will not be published. Required fields are marked *