ଚାଷୀଙ୍କ ସ୍ୱପ୍ନ ଉଜାଡ଼ିଲା ବର୍ଷା ! ନଷ୍ଟ ହେଉଛି ଧାନ ତଳି ଓ ବୁଣା ଫସଲ

ପ୍ରଥମ ଲଘୁଚାପ ବର୍ଷା ହିଁ ଚାଷୀଙ୍କ ପାଇଁ ଆଣିଛି ବଡ଼ ସମସ୍ୟା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରେ ଦେଖାଦେଇଛି କୃତ୍ରିମ ବନ୍ୟା ଭଳି ପରିସ୍ଥିତି । ଗଡ଼ ମୋଟରି ପଞ୍ଚାୟତର ବାତୋଳ, ମୋଟୋରି, କୁମୁଣ୍ଡଳ ଓ ଆଂକୋଇ ଭଳି ଅଞ୍ଚଳର ଶହ ଶହ ହେକ୍ଟର ଧାନ ଜମି ଏବେ ବର୍ଷା ଜଳରେ ବୁଡ଼ି ରହିଛି ।

ପ୍ରଥମ ଲଘୁଚାପ ବର୍ଷା ହିଁ ଚାଷୀଙ୍କ ପାଇଁ ଆଣିଛି ବଡ଼ ସମସ୍ୟା । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଞ୍ଚଳରେ ଦେଖାଦେଇଛି କୃତ୍ରିମ ବନ୍ୟା ଭଳି ପରିସ୍ଥିତି । ଗଡ଼ ମୋଟରି ପଞ୍ଚାୟତର ବାତୋଳ, ମୋଟୋରି, କୁମୁଣ୍ଡଳ ଓ ଆଂକୋଇ ଭଳି ଅଞ୍ଚଳର ଶହ ଶହ ହେକ୍ଟର ଧାନ ଜମି ଏବେ ବର୍ଷା ଜଳରେ ବୁଡ଼ି ରହିଛି । ଜମିରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଥିବାରୁ ଧାନ ତଳି ଓ ବୁଣା ଧାନ ନଷ୍ଟ ହେବାକୁ ଲାଗିଛି । ଧାର କରଜ କରି ଚାଷୀ ବିହନ କିଣିଥିଲେ, ଜମି ପ୍ରସ୍ତୁତ କରିଥିଲେ। ଅନେକ ଚାଷୀ ଧାନ ତଳି ପକାଇଥିଲେ ରୁଆ କାର୍ଯ୍ୟ ପାଇଁ । ହେଲେ ଏବେ ସବୁକିଛି ପାଣିରେ ନଷ୍ଟ ହେବାକୁ ବସିଛି । ଚାଷୀଙ୍କ କହିବା ଅନୁସାରେ, କଳା ମଶୁରି, ରେଙ୍ଗୁନ ଖାଡ଼ି, ପୂଜା, କଳା ଚମ୍ପା ଓ ଧଳା ମଶୁରି ଭଳି ବିଭିନ୍ନ କିସମର ଧାନ ତଳି ପାଣିରେ ପଚି ସଢ଼ି ଯାଉଛି ।

 ଆଖି ଆଗରେ ଫସଲ ନଷ୍ଟ ହେଉଥିବା ଦେଖି ଚାଷୀ ଏବେ ନିରୁପାୟ । ଚାଷୀଙ୍କ ଅଭିଯୋଗ ହେଉଛି, ରେଙ୍ଗାଳ ପଟନପୁର କେନାଲର ସଠିକ୍ ସଫେଇ ହେଉନଥିବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ । ଖରା ଦିନେ ଜମିକୁ ପାଣି ମିଳୁନଥିବାବେଳେ ବର୍ଷା ଦିନେ ଅଧିକ ପାଣି ନିଷ୍କାସନ ନହେବା ଚାଷୀଙ୍କ ପାଇଁ ଦୁଇ ଗୁଣା ସମସ୍ୟା ସୃଷ୍ଟି କରୁଛି । ଏପଟେ ବର୍ଷା ଜଳ ପାଇଁ ଚାଷୀଙ୍କ ଉପରେ ଜଳ କରର ଭାର ମଧ୍ୟ ରହିଛି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇବାକୁ ଚାଷୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *