ବେଆଇନ ଖଣି ଖନନକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାଜ୍ୟ ସରକାରଙ୍କୁ ମାଗିଲେ ବିସ୍ତୃତ ସତ୍ୟପାଠ

ରାଜ୍ୟରେ ବେଆଇନ ଖଣି ଖନନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଅବୈଧ ଖଣି ଖନନ ରୋକିବା ପାଇଁ ସରକାର କେଉଁ କେଉଁ ପଦକ୍ଷେପ ନେଇଛନ୍ତି, ସେନେଇ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ବେଆଇନ ଖଣି ଖନନକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଅବୈଧ ଖଣି ଖନନ ରୋକିବା ପାଇଁ ସରକାର କେଉଁ କେଉଁ ପଦକ୍ଷେପ ନେଇଛନ୍ତି, ସେନେଇ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଖଣି ଖନନକୁ ନେଇ ବାରମ୍ବାର ଅଭିଯୋଗ ଉଠୁଥିବା ବେଳେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ରାଜ୍ୟରେ ଅବୈଧ ଖଣି ଖନନକୁ ରୋକିବା ପାଇଁ ସରକାର କେଉଁ ସବୁ ପଦକ୍ଷେପ ନେଇଛନ୍ତି ଏବଂ ଏହାର କାର୍ଯ୍ୟକାରିତା କେତେ ଦୂର ସଫଳ ହୋଇଛି, ସେ ସମ୍ପର୍କରେ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ପ୍ରଧାନ ବିଚାରପତି ହରିଶ ଟଣ୍ଡନ ଏବଂ ମାନ୍ୟବର ବିଚାରପତି ଏମ୍. ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀ ଜିଲ୍ଲାର ପିପିଲି ତହସିଲ ଅନ୍ତର୍ଗତ ଗୋବର୍ଦ୍ଧନପୁର ଗ୍ରାମବାସୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ଜନସ୍ୱାର୍ଥ ରିଟ୍ ପିଟିସନର ଶୁଣାଣି ସମୟରେ ଏହି ପ୍ରସଙ୍ଗ ଉପରେ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ବିଭିନ୍ନ ସ୍ଥାନରେ ବେଆଇନ ଖଣି ଖନନ ଫଳରେ ପରିବେଶ, ଜଳସମ୍ପଦ ଓ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି। ଏପରି ଅବୈଧ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରୀ ପଦକ୍ଷେପ କେତେ ଫଳପ୍ରଦ ହୋଇଛି, ତାହା ସମ୍ପର୍କରେ କୋର୍ଟ ବିସ୍ତୃତ ତଥ୍ୟ ମାଗିଛନ୍ତି । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କୁ ବେଆଇନ ଖଣି ଖନନ ବିରୋଧରେ ନିଆଯାଇଥିବା ଅଭିଯାନ, ଚଢ଼ାଉ, ଜବତ, ମାମଲା ରୁଜୁ ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ କୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ । ବେଆଇନ ଖଣି ଖନନକୁ ନେଇ ଉଚ୍ଚ ନ୍ୟାୟାଳୟଙ୍କ ଏହି କଡ଼ା ଆଭିମୁଖ୍ୟ ପରେ ରାଜ୍ୟବ୍ୟାପୀ ଅବୈଧ ଖଣି କାର୍ଯ୍ୟକଳାପ ଉପରେ ଅଧିକ କଡ଼ା ନଜରଦାରି ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନର ସମ୍ଭାବନା ବଢ଼ିଛି। ଏବେ ସରକାର କୋର୍ଟରେ କେଉଁ ତଥ୍ୟ ଉପସ୍ଥାପନ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *