ପବିତ୍ର ଅଣସର ସମୟରେ ଭକ୍ତଙ୍କ ପାଇଁ ଅଲାରନାଥ ପୀଠ ପାଲଟିଛି ଆସ୍ଥାର କେନ୍ଦ୍ର । ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଦିନକୁ ଦିନ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଧାଡ଼ିରେ ରହି ଅଲାରନାଥଙ୍କ ଦର୍ଶନ କରୁଛନ୍ତି ।
ପବିତ୍ର ଅଣସର ସମୟରେ ଭକ୍ତଙ୍କ ପାଇଁ ଅଲାରନାଥ ପୀଠ ପାଲଟିଛି ଆସ୍ଥାର କେନ୍ଦ୍ର । ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିରରେ ଦିନକୁ ଦିନ ଭକ୍ତଙ୍କ ସମାଗମ ବଢ଼ିବାରେ ଲାଗିଛି। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ ଧାଡ଼ିରେ ରହି ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ଗୁପ୍ତ ସେବା ପାଉଥିବା ବେଳେ, ଅଲାରନାଥଙ୍କୁ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ଭାବେ ଦର୍ଶନ କରୁଛନ୍ତି ଭକ୍ତମାନେ ।
ଏହି ସମୟରେ ଅଲାରନାଥଙ୍କ ନିକଟରେ ସ୍ୱତନ୍ତ୍ର ନୀତିକାନ୍ତି ସହ ଭୋଗ ଲାଗି ହେଉଛି । ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ, ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି ।

