୩ ବର୍ଷ ତଳର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ ; ଡିଏନ୍‌ଏ ଖୋଲିଲା ହତ୍ୟା ରହସ୍ୟ

ଘଟଣାସ୍ଥଳରୁ ମିଳିଥିବା ଏକ ପାଦର ଚପଲ ତଦନ୍ତକୁ ନୂଆ ଦିଗ ଦେଇଥିଲା । ଏହି ସୂତ୍ରକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତିନିଜଣଙ୍କୁ ଗିରଫ କରିଛି ।

ନଭେମ୍ବର ୨୦୨୩ରେ ବାଲେଶ୍ୱର ଜିଲ୍ଲାର ସିମୁଳିଆ ଅଞ୍ଚଳରୁ ମିଳିଥିବା ଅଜଣା ମୃତଦେହ ଘଟଣାର ତଦନ୍ତ ଶେଷ କରିଛି କ୍ରାଇମବ୍ରାଞ୍ଚ । ତଦନ୍ତରୁ ଜଣାପଡ଼ିଛି ଯେ ମୃତକ ହେଲେ ଯୁବରାଜ ସିଂ ଏବଂ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା । ଘଟଣାସ୍ଥଳରୁ ମିଳିଥିବା ଏକ ପାଦର ଚପଲ ତଦନ୍ତକୁ ନୂଆ ଦିଗ ଦେଇଥିଲା । ଏହି ସୂତ୍ରକୁ ଆଧାର କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତିନିଜଣଙ୍କୁ ଗିରଫ କରିଛି । ଡିଏନ୍‌ଏ ପରୀକ୍ଷା ଏବଂ ସାଇଣ୍ଟିଫିକ୍‌ ଟିମ୍ ସହାୟତାରେ କ୍ରାଇମବ୍ରାଞ୍ଚ ଏହି ଜଟିଳ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା ସୂଚନା ମିଳିଛି ।

ଡିଏନଏ ରିପୋର୍ଟ ମିଶିଲା, ଆଉ ପରଦା ହଟିଲା ଅଢେଇ ବର୍ଷ ତଳେ ହୋଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ରହସ୍ୟ । ଗିରଫ ହେଲେ ୩ ଅଭିଯୁକ୍ତ । ଅଜଣା ମୃତଦେହକୁ ଧରି ଅଢେଇ ବର୍ଷ ପରିଚୟ ପାଇଁ ଘାଣ୍ଟି ହୋଇ ଶେଷରେ ହତ୍ୟାକାରୀଙ୍କୁ ଗିରଫ କରିଛି ପୁଲିସ । ଗୁଣି ଗାରେଡି ସନ୍ଦେହରୁ ଅତି ବିଭତ୍ସ ଭାବେ ହତ୍ୟା କରାଯିବା ସହିତ ନଷ୍ଟ କରାଯାଇଥିଲା ସବୁ ପ୍ରମାଣ । 

ଘଟଣାଟି ଥିଲା ଏମିତି , ଗତ ୨୦୨୩ ମସିହା ନଭେମ୍ବର ୮ ତାରିଖ ଉଦଳା ଥାନା ବହୁବନ୍ଧ ସୁରେଇସାହି କାଜୁ ଜଙ୍ଗଲର ଏକ ପରିତ୍ୟକ୍ତ କୂଅ ଭିତରୁ ବୋରା ଭିତରେ ପୁରାଇ ପଥର ବନ୍ଧା ଯାଇ ପଡ଼ିଥିବା ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । ହେଲେ ମୃତକଙ୍କ ପରିଚୟ ପୁଲିସ ପାଇ ନ ଥିଲା । କେବଳ ଅଲଗା ଅଲଗା ଚପଲ ଘଟଣାସ୍ଥଳରୁ ମିଳିଥିଲା । ମୃତଦେହର ପରିଚୟ ନ ପାଇଥିବା ବେଳେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣାପଡିଥିଲା । ଘଟଣାର ୩ ମାସ ପରେ ଏହି ମୃତଦେହ ଉଦ୍ଧାର ଘଟଣା କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । କ୍ରାଇମବ୍ରାଞ୍ଚ ମଧ୍ୟ ସବୁ ଦିଗରୁ ତଦନ୍ତ କରି ଥକି ପଡ଼ିଥିବା ବେଳେ ଅଚାନକ ଗତ ଜୁନ ୧୭ ତାରିଖରେ ବାପାକୁ ଖୋଜି ଖୋଜି ଥାନାରେ ପହଞ୍ଚିଥିଲେ ଶୁଖୁଆସାହି ଗ୍ରାମର ବିଶ୍ଵନାଥ ସିଂ । 

ତେବେ ସେତେବେଳେ ସେହି ଅଜଣା ମୃତଦେହ ପାଖରୁ ମିଳିଥିବା ଚପଲ ଦେଖି ତାହା ତାଙ୍କ ବାପା ଯୁବରାଜ ସିଂ ଙ୍କ ଚପଲ ବୋଲି ଦାବି କରିଥିଲେ । ପରେ କ୍ରାଇମବ୍ରାଞ୍ଚ ତାଙ୍କ ଡିଏନଏ ନେଇ ପରୀକ୍ଷା କରାଇବା ପରେ ଶେଷରେ ଖୋଲିଗଲା ସବୁ ରହସ୍ୟ । ଯୁବରାଜ ସିଂ ଙ୍କୁ ଗୁଣି ଗାରେଡି ପାଇଁ ବଣସାହି ଗ୍ରାମର ସାନଗୌର ମୋହନ ସିଂ, ନରହରି ସିଂ ଏବଂ ଜଣେ ନାବାଳକ ମିଶି ଅଢେଇ ବର୍ଷ ତଳୁ ଯୁବରାଜଙ୍କୁ ବଡ଼ବିଲା ଗ୍ରାମ ହାଟକୁ ଡାକି ସେଠାରେ ଏକ ରଶି ସାହାଯ୍ୟ ତାଙ୍କ ବେକ ଚିପି ହତ୍ୟା କରିଥିଲେ । ହତ୍ୟା କରିବା ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରେ ରଖିଥିଲେ ଏବଂ ମଧ୍ୟାହ୍ନରେ ଦୁଇ ଗୋଟି ବୋରାରେ ଭର୍ତ୍ତି କରି ସେଠାରୁ ଏକ ଗାଡ଼ିରେ ଲଦି ଉଦଳା ସୁରେଇସାହି କାଜୁ ଜଙ୍ଗଲକୁ ଆଣି ହତ୍ୟା କରିଥିବା ଦଉଡିକୁ ଉକ୍ତ ବୋରା ଉପରେ ବାନ୍ଧିବା ସହିତ ୫ ଗୋଟି ପଥର ବାନ୍ଧି କୂଅରେ ପକାଇ ଦେଇଥିଲେ । କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *