ସବୁ ଜ୍ଜର ହୋଇନଥାଏ ସାଧାରଣ : ଏମିତି ଲକ୍ଷଣ ଦେଖାଗଲେ କରନ୍ତୁ ଟେଷ୍ଟ

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ମଶା ଜନିତ ରୋଗର ପ୍ରକୋପ ବଢ଼ିଯାଇଥାଏ । ଅନେକ ସମୟରେ ଲୋକମାନେ ପ୍ରାରମ୍ଭିକ ଲକ୍ଷଣକୁ ସାଧାରଣ ଭାଇରାଲ୍ ଜ୍ଵର ଭାବି ଅଣଦେଖା କରନ୍ତି,

ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ମଶା ଜନିତ ରୋଗର ପ୍ରକୋପ ବଢ଼ିଯାଇଥାଏ । ଅନେକ ସମୟରେ ଲୋକମାନେ ପ୍ରାରମ୍ଭିକ ଲକ୍ଷଣକୁ ସାଧାରଣ ଭାଇରାଲ୍ ଜ୍ଵର ଭାବି ଅଣଦେଖା କରନ୍ତି, ଯାହା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ଅବସ୍ଥାକୁ ଗମ୍ଭୀର କରିଦିଏ । ବେଳେବେଳେ ସାଧାରଣ ବି ବଡ ଜ୍ବର ଭାବେ ଦେକାଦେଇଥାଏ କିନ୍ତୁ ଆମେ ଏହା ଉପରେ ଧ୍ୟାନ ଦେଇନଥାଉ ।
 ବିଶେଷଜ୍ଞଙ୍କ ଅନୁସାରେ ନିମ୍ନଲିଖିତ ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବା ଉଚିତ୍:
•    ପ୍ରବଳ ଜ୍ଵର ଏବଂ ଥଣ୍ଡା ଲାଗିବା: ଯଦି ଜ୍ଵର ସହିତ ଅତ୍ୟଧିକ କମ୍ପ ଦେଇ ଥଣ୍ଡା ଲାଗେ କିମ୍ବା ବହୁତ ଝାଳ ବାହାରେ।
•    ଶରୀରରେ ଅସହ୍ୟ ଯନ୍ତ୍ରଣା: ମୁଣ୍ଡ ବିନ୍ଧା, ମାଂସପେଶୀ ଏବଂ ଗଣ୍ଠି ଗୁଡ଼ିକରେ ପ୍ରବଳ ଦରଜ ହେବା।
•    କ୍ଲାନ୍ତି ଓ ଦୁର୍ବଳତା: ଶରୀର ସମ୍ପୂର୍ଣ୍ଣ ଶକ୍ତିହୀନ ମନେହେବା ଏବଂ ଅତ୍ୟଧିକ ଦୁର୍ବଳ ଲାଗିବା।
ଯଦି ଜ୍ଵର କିମ୍ବା ଅନ୍ୟାନ୍ୟ ଲକ୍ଷଣ ୨୪ ରୁ ୪୮ ଘଣ୍ଟା ମଧ୍ୟରେ କମୁନାହିଁ କିମ୍ବା ଜ୍ଵର ବଟିକା ଖାଇବା ପରେ ମଧ୍ୟ କୌଣସି ସୁଧାର ଆସୁନାହିଁ, ତେବେ ବିନା ବିଳମ୍ବରେ ଡାକ୍ତରଙ୍କ ପାଖକୁ ଯାଇ ରକ୍ତ ପରୀକ୍ଷା କରାଇବା ଉଚିତ୍। ସଠିକ୍ ସମୟରେ ଯାଞ୍ଚ ହେଲେ ଚିକିତ୍ସା ଶୀଘ୍ର ଆରମ୍ଭ ହୋଇପାରେ ଏବଂ ଆଣ୍ଟିବାୟୋଟିକ୍‌ର ଅନାବଶ୍ୟକ ବ୍ୟବହାରରୁ ବଞ୍ଚି ହେବ।
ମୟରେ ଯାଞ୍ଚ ନକଲେ କଣ ବିପଦ ରହିଛି?
ମ୍ୟାଲେରିଆ ମଧ୍ୟରେ ‘ପ୍ଲାଜମୋଡିୟମ୍ ଫାଲ୍ସିପାରମ୍’ ପରଜୀବୀ ସବୁଠାରୁ ବିପଜ୍ଜନକ। ଯଦି ଏହାର ଚିକିତ୍ସାରେ ବିଳମ୍ବ ହୁଏ, ତେବେ ଏହାର ପରିଣାମ ମହଙ୍ଗା ପଡ଼ିପାରେ। ଯେପରି-
•    ରୋଗୀର ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିପାରେ 
•    କିଡନୀ ଖରାପ ହେବା ଏବଂ ଶରୀରର ଏକାଧିକ ଅଙ୍ଗ ଅଚଳ ହେବାର ଆଶଙ୍କା ଥାଏ।
•    ରକ୍ତହୀନତା ଏବଂ ଶ୍ଵାସକ୍ରିୟାରେ ପ୍ରବଳ କଷ୍ଟ ହୋଇପାରେ।
ଡାକ୍ତରମାନେ ମ୍ୟାଲେରିଆ ଚିହ୍ନଟ କରିବା ପାଇଁ ନିମ୍ନଲିଖିତ ପରୀକ୍ଷା ଗୁଡ଼ିକର ସାହାଯ୍ୟ ନିଅନ୍ତି:
.    ମାଇକ୍ରୋସ୍କୋପି: ଏହା ସବୁଠାରୁ ପାରମ୍ପରିକ ଏବଂ ବିଶ୍ୱାସଯୋଗ୍ୟ ପ୍ରଣାଳୀ। ଏଥିରେ ରକ୍ତର ସ୍ଲାଇଡ୍ ପ୍ରସ୍ତୁତ କରି ମାଇକ୍ରୋସ୍କୋପ୍ ସାହାଯ୍ୟରେ ମ୍ୟାଲେରିଆ ପରଜୀବୀକୁ ସିଧାସଳଖ ଦେଖାଯାଏ।
  ର‍୍ୟାପିଡ୍ ଡାଇଗ୍ନୋଷ୍ଟିକ ଟେଷ୍ଟ: ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଇକ୍ରୋସ୍କୋପ୍ ସୁବିଧା ନଥାଏ, ସେଠାରେ ଏହି ବିଶେଷ କିଟ୍ ସାହାଯ୍ୟରେ ମାତ୍ର କିଛି ମିନିଟ୍ ମଧ୍ୟରେ ରକ୍ତ ପରୀକ୍ଷା ରିପୋର୍ଟ ମିଳିଯାଏ।
  କ୍ଵାଣ୍ଟିଟେଟିଭ୍ ବଫି କୋଟ୍  ଟେଷ୍ଟ: ଏହି ଟେଷ୍ଟ ମାଧ୍ୟମରେ ରକ୍ତରେ ଥିବା ମ୍ୟାଲେରିଆ ପରଜୀବୀକୁ ଖୁବ୍ ଶୀଘ୍ର ଏବଂ ସହଜରେ ଚିହ୍ନଟ କରାଯାଇପାରେ।
 ପଲିମରେଜ୍ ଚେନ୍ ରିଆକ୍ସନ ଟେଷ୍ଟ: ଏହା ଏକ ଅତ୍ୟନ୍ତ ଆଧୁନିକ ଏବଂ ସୂକ୍ଷ୍ମ ପରୀକ୍ଷା। ରକ୍ତରେ ପରଜୀବୀର ମାତ୍ରା ବହୁତ କମ୍ ଥିଲେ କିମ୍ବା ସନ୍ଦେହ ଦୂର କରିବା ପାଇଁ ଏହି ଟେଷ୍ଟ କରାଯାଏ, ଯାହା ଶତପ୍ରତିଶତ ସଠିକ୍ ଫଳାଫଳ ଦେଇଥାଏ ।

Leave a Reply

Your email address will not be published. Required fields are marked *