ଗଞ୍ଜେଇ ଲିଙ୍କ୍‌ , ଭୁବନେଶ୍ୱରରେ ଛତିଶଗଡ଼ ପୁଲିସ

ଏହି ଅଭିଯୁକ୍ତମାନେ ପୂର୍ବରୁ ୩ହଜାର କିଲୋ ଗଞ୍ଜେଇ ଓଡିଶାରୁ ୟୁପି ଚାଲାଣ ବେଳେ, ଛତିଶଗଡ଼ ପୁଲିସ ଧରିଥିଲା । ହେଲେ ଅଭିଯୁକ୍ତ ମାନେ ଛତିଶଗଡ଼ ପୁଲିସକୁ ମାଡ଼ ମାରି ଫେରାର ହୋଇଯାଇଥିଲେ । ସେମାନଙ୍କୁ ଓଡ଼ିଶା STF ଗିରଫ କରିଥିବା ବେଳେ,ରିମାଣ୍ଡରେ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଭୁବନେଶ୍ୱରରେ ଛତିଶଗଡ଼ ପୁଲିସ , ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ରିମାଣ୍ଡରେ ନେବାକୁ STF ପହଞ୍ଚିଲା । ପୂର୍ବରୁ STF ହାତରେ ବନ୍ଧା ହୋଇଥିଲେ କନ୍ଧମାଳର ଗଞ୍ଜେଇ ମାଫିଆ । ଗୋଟିଏ ଦିନ ପାଇଁ STF ରିମାଣ୍ଡରେ ଥିବା ୪ ଅଭିଯୁକ୍ତ ଦୁର୍ଭାସା ସାହୁ, ଅରୁଣ ରଣା, ସୁବୁଧି ସାହୁ, ପ୍ରକାଶ ଖଟୁଆ ଗ୍ରୁପକୁ ପୂର୍ବରୁ ବାନ୍ଧିଥିଲା STF । 

ଏହି ଅଭିଯୁକ୍ତମାନେ ପୂର୍ବରୁ ୩ହଜାର କିଲୋ ଗଞ୍ଜେଇ ଓଡିଶାରୁ ୟୁପି ଚାଲାଣ ବେଳେ, ଛତିଶଗଡ଼ ପୁଲିସ ଧରିଥିଲା । ହେଲେ ଅଭିଯୁକ୍ତ ମାନେ ଛତିଶଗଡ଼ ପୁଲିସକୁ ମାଡ଼ ମାରି ଫେରାର ହୋଇଯାଇଥିଲେ । ସେମାନଙ୍କୁ ଓଡ଼ିଶା STF ଗିରଫ କରିଥିବା ବେଳେ,ରିମାଣ୍ଡରେ ନେବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଜି ସେମାନଙ୍କୁ ପଚରା ଉଚରା କରାଯାଇଥିବା ବେଳେ ରିମାଣ୍ଡରେ ନେବାକୁ ଆଜି କୋର୍ଟରେ ଆବେଦନ କରିବ ବୋଲି କହିଛନ୍ତି ଛତିଶଗଡ଼ର ବସନ୍ତପୁର ଥାନା ଅଧିକାରୀ । 

Leave a Reply

Your email address will not be published. Required fields are marked *