ଏହି ଭିଡିଓରେ ୨୪ ବର୍ଷୀୟ ଏହି ବ୍ୟାଟର୍ କିଂବଦନ୍ତି ଫୁଟ୍ବଲର୍ ଲିଓନେଲ୍ ମେସିଙ୍କ ୧୦ ନମ୍ବର ଆର୍ଜେଣ୍ଟିନା ଜର୍ସି ପିନ୍ଧି ମ୍ୟାଚ୍ ଦେଖୁଥିବାର ଦୃଶ୍ୟ ରହିଛି। ହଜାର ହଜାର ପ୍ରଶଂସକ ସହ ବସି ସାକିରାଙ୍କ ଫିଫା ବିଶ୍ବକପ୍ ଗୀତ ‘ଡାଇ ଡାଇ’ରେ ଝୁମିଥିଲେ।
କ୍ରିକେଟ୍ ପିଚ୍ରୁ ବିରତି ପାଇଥିବା ଭାରତୀୟ ଯୁବ ବ୍ୟାଟର୍ ଯଶସ୍ବୀ ଜୟସ୍ବାଲ ସଂପ୍ରତି ଫିଫା ବିଶ୍ବକପ୍ରେ ମଜିଯାଇଛନ୍ତି । ନ୍ୟୁୟର୍କରେ ଖେଳାଯାଇଥିବା ଫ୍ରାନ୍ସ-ସ୍ବିଡେନ୍ ରାଉଣ୍ଡ-୩୨ ରୋମାଞ୍ଚକ ମ୍ୟାଚ୍ ବେଳେ ଷ୍ଟାଡିୟମ୍ରେ ନିକଟରେ ଆଫ୍ଗାନିସ୍ତାନ ବିପକ୍ଷ ଦିନିକିଆରେ ଶତକ ଅର୍ଜନ କରିଥିବା ଜୟସ୍ବାଲ ଉପସ୍ଥିତ ରହି ପୂରା ଫୁଟ୍ବଲ୍ ପରିବେଶରେ ଭିଜି ଯାଇଛନ୍ତି।
ତାଙ୍କ ଫୁଟ୍ବଲ୍ ପ୍ରେମର ଏକ ଛୋଟିଆ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହି ଭିଡିଓରେ ୨୪ ବର୍ଷୀୟ ଏହି ବ୍ୟାଟର୍ କିଂବଦନ୍ତି ଫୁଟ୍ବଲର୍ ଲିଓନେଲ୍ ମେସିଙ୍କ ୧୦ ନମ୍ବର ଆର୍ଜେଣ୍ଟିନା ଜର୍ସି ପିନ୍ଧି ମ୍ୟାଚ୍ ଦେଖୁଥିବାର ଦୃଶ୍ୟ ରହିଛି। ହଜାର ହଜାର ପ୍ରଶଂସକ ସହ ବସି ସାକିରାଙ୍କ ଫିଫା ବିଶ୍ବକପ୍ ଗୀତ ‘ଡାଇ ଡାଇ’ରେ ଝୁମିଥିଲେ।

