ୱିମ୍ବଲଡନ୍‌ରେ ଓସାକାଙ୍କ ‘କିଲ୍‌ ବିଲ୍’ ଚର୍ଚ୍ଚା

ୱିମ୍ବଲଡନ୍‌ରେ ସମ୍ପୂର୍ଣ୍ଣ ଧଳା ପୋଷାକ ପରିଧାନ କରି ଖେଳିବାକୁ ନିୟମ ରହିଛି । ଏହା ତାଙ୍କୁ ଅନୁପ୍ରାଣିତ କରିଥିବା ଓସାକା ପ୍ରକାଶ କରିଛନ୍ତି । ଧଳା ପୋଷାକରେ ଶରୀରକୁ ସମ୍ପୂର୍ଣ୍ଣ ଆଛାଦିତ କରି ସେ ଚୁଟିରେ ଧଳା ଅଳଙ୍କାର ‘କାନଜାସୀ’ ବି ଲଗାଇଥିଲେ । ଏହା ପରେ ସେ ନାଇକୀ ପୋଷାକ ପରିଧାନ କରି ଖେଳିଥିଲେ ।

 ୱିମ୍ବଲଡନ୍‌ ଗ୍ରାଣ୍ଡ୍‌ ସ୍ଲାମ ଟେନିସ୍‌ ପ୍ରତିଯୋଗିତା ଆରମ୍ଭରୁ ପୂର୍ବତନ ଏକ ନମ୍ବର ଜାପାନୀ ଖେଳାଳି ନାଓମି ଓସାକାଙ୍କ ନିଆରା ପୋଷାକକୁ ନେଇ ଚର୍ଚ୍ଚା ଚାଲିଛି । ୪ ଥର ଗ୍ରାଣ୍ଡ୍‌ ସ୍ଲାମ ଟ୍ରଫି ଜିତିଥିବା ଓସାକା ପ୍ରଥମ ଦିବସରେ ଜାପାନୀ ଅନୁପ୍ରେରିତ ପୋଷାକ ‘କିଲ୍‌ ବିଲ୍‌’ କିମାନୋ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜାପାନର ପାରମ୍ପରିକ ଜାତୀୟ ପୋଷାକ (କିଲ୍‌ ବିଲ୍‌) ପରିଧାନ କରି କୋର୍ଟ-୩ରେ ଚାଲିଯାଉଥିବା ଫଟୋ ଏବେ ଖୁବ୍‌ ଭାଇରାଲ୍ ହୋଇଛି ।

ୱିମ୍ବଲଡନ୍‌ରେ ସମ୍ପୂର୍ଣ୍ଣ ଧଳା ପୋଷାକ ପରିଧାନ କରି ଖେଳିବାକୁ ନିୟମ ରହିଛି । ଏହା ତାଙ୍କୁ ଅନୁପ୍ରାଣିତ କରିଥିବା ଓସାକା ପ୍ରକାଶ କରିଛନ୍ତି । ଧଳା ପୋଷାକରେ ଶରୀରକୁ ସମ୍ପୂର୍ଣ୍ଣ ଆଛାଦିତ କରି ସେ ଚୁଟିରେ ଧଳା ଅଳଙ୍କାର ‘କାନଜାସୀ’ ବି ଲଗାଇଥିଲେ । ଏହା ପରେ ସେ ନାଇକୀ ପୋଷାକ ପରିଧାନ କରି ଖେଳିଥିଲେ । ଏହି ‘କିଲ୍‌ ବିଲ୍‌’ ପୋଷାକକୁ ଟୋକିଓ ଡିଜାଇନର୍‌ ହାନା ୟାଗି ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ଜାପାନୀ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ ଏଭଳି କରିଥିବା ବିଶ୍ୱାସ କରାଯାଉଛି ।

‘ଜାପାନ ପ୍ରତି ଥିବା ଭଲପାଇବା ଓ ସମ୍ମାନ ପାଇଁ ଏଭଳି କରିଛି’ ବୋଲି ସେ ସ୍ୱୀକାର ବି କରିଛନ୍ତି । ୱିମ୍ବଲଡନ୍‌ରେ କେବେ ତୃତୀୟ ରାଉଣ୍ଡ୍‌ ଅତିକ୍ରମ କରିନଥିବା ୨୮ ବର୍ଷୀୟା ଓସାକା ୨ ଥର ଲେଖାଏଁ ଅଷ୍ଟ୍ରେଲିଆନ୍‌ ଓପନ୍ (୨୦୧୯, ୨୦୨୧) ଏବଂ ୟୁଏସ୍‌ ଓପନ୍‌ (୨୦୧୮, ୨୦୨୦) ଟ୍ରଫି ଜିତିଥିଲେ । ପୋଷାକ ପାଇଁ ଚର୍ଚ୍ଚାକୁ ଆସିବା ଓସାକାଙ୍କ ପାଇଁ ନୂଆ ନୁହେଁ । ଗତ ଜାନୁଆରିରେ ଏହି ପୂର୍ବତନ ଏକ ନମ୍ବର ଖେଳାଳି ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଜେଲିଫିସ୍‌ ଷ୍ଟାଇଲ୍‌ ଏବଂ ‌‌ଫ୍ରେଞ୍ଚ୍‌ ଓପନ୍‌ରେ ହଳଦିଆ ରଙ୍ଗ ବ୍ରାଉନ୍‌ ଓ ସୁନାରି ପୋଷାକ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave a Reply

Your email address will not be published. Required fields are marked *