ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ । ମାଟି ତଳେ ଲୁଚାଇ ରଖାଯାଇଥିବା ମୃତ୍ୟୁର ସରଞ୍ଜାମକୁ ଠାବ କରିଛନ୍ତି ଡିଭିଏଫ ଯବାନ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ ବେଳେ ଏହି ବଡ଼ ସଫଳତା ମିଳିଛି ।
ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ । ମାଟି ତଳେ ଲୁଚାଇ ରଖାଯାଇଥିବା ମୃତ୍ୟୁର ସରଞ୍ଜାମକୁ ଠାବ କରିଛନ୍ତି ଡିଭିଏଫ ଯବାନ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ କୁମ୍ବିଂ ଅପରେସନ୍ ବେଳେ ଏହି ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରୁ ବିଦେଶୀ ପିସ୍ତଲ, ଏସ୍ଏଲ୍ଆର୍, ରିଭଲଭର, ଆଇଇଡି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍ ବେଳେ ଡିଭିଏଫ ଯବାନମାନେ ମାଟି ତଳେ ପୋତାଯାଇଥିବା ଏକ ମାଓ ଡମ୍ପକୁ ଠାବ କରିଛନ୍ତି ।
ଏହି ଡମ୍ପରୁ ଏକ ୟୁଏସ୍ ନିର୍ମିତ ପିସ୍ତଲ, ୨ଟି ଏସ୍ଏଲ୍ଆର୍, ୨ଟି ରିଭଲଭର, ୨ଟି ଆଇଇଡି, ୪ଟି ୟୁବିଜିଏଲ୍, ୱାକି-ଟକି ସମେତ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ, ମାଓବାଦୀମାନେ ଭବିଷ୍ୟତରେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏହି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ଜଙ୍ଗଲ ଭିତରେ ମାଟି ତଳେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି । ଠିକ୍ ସମୟରେ ଏହା ଜବତ ହେବାରୁ ମାଓବାଦୀଙ୍କ ଏକ ବଡ଼ ଯୋଜନା ବିଫଳ ହୋଇଥିବା ସୁରକ୍ଷା ଅଧିକାରୀମାନେ କହିଛନ୍ତି ।

