ଉରୁଗୁଏକୁ ବିଦା କଲା ସ୍ପେନ୍‌

୨୭ତମ ମିନିଟ୍‌ରେ ଡାର୍ୱିନ୍ ନୁନେଜ୍ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଉରୁଗୁଏ ପ୍ରଥମାର୍ଦ୍ଧର ଏକମାତ୍ର ଗୋଲ୍‌କୁ ଶୁଝିବା ଲାଗି ଲଗାତାର ଆକ୍ରମଣ କରିଥିଲା।

ଶେଷ ଲିଗ୍ ମ୍ୟାଚ୍‌ରେ ସ୍ପେନ୍ ୧-୦ ଗୋଲ୍‌ରେ ଉରୁଗୁଏକୁ ପରାସ୍ତ କରି ଗ୍ରୁପ୍-ଏଚ୍‌ର ବିଜେତା ହୋଇଛି। ଅନ୍ୟପକ୍ଷରେ ମାର୍ସେଲୋ ବିଏଲ୍ସାଙ୍କ ଉରୁଗୁଏ ଦଳ ମାତ୍ର ଦୁଇ ପଏଣ୍ଟ ଅର୍ଜନ କରି ଚଳିତ ଫିଫା ଫୁଟ୍‌ବଲ୍‌ ବିଶ୍ବକପ୍‌ରୁ ବିଦାୟ ନେଇଛି। ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ୪୨ତମ ମିନିଟ୍‌ରେ ଆଲେକ୍ସ ବାଏନା ଦୂରରୁ ମାରିଥିବା ଶକ୍ତିଶାଳୀ ସଟ୍‌କୁ ଉରୁଗୁଏର ଅଭିଜ୍ଞ ଗୋଲରକ୍ଷକ ଫର୍ଣ୍ଣାଣ୍ଡୋ ମୁସ୍ଲେରା ଠିକ୍ ଭାବେ ଧରିପାରିନଥିଲେ। ବଲ୍ ତାଙ୍କ ହାତରୁ ଖସି ଗୋଲ୍‌ପୋଷ୍ଟ ଭିତରକୁ ପ୍ରବେଶ କରିଥିଲା। ଏହି ଏକମାତ୍ର ଗୋଲ୍‌ ଶେଷୟରେ ସ୍ପେନ୍‌କୁ ରୋମାଞ୍ଚକ ବିଜୟ ଉପହାର ଦେଇଥିଲା। ପ୍ରଥମାର୍ଦ୍ଧରେ ଉରୁଗୁଏ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ସ୍ପେନ୍‌ର ରକ୍ଷଣଭାଗକୁ ଭେଦ କରିପାରିନଥିଲା। 

୨୭ତମ ମିନିଟ୍‌ରେ ଡାର୍ୱିନ୍ ନୁନେଜ୍ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଉରୁଗୁଏ ପ୍ରଥମାର୍ଦ୍ଧର ଏକମାତ୍ର ଗୋଲ୍‌କୁ ଶୁଝିବା ଲାଗି ଲଗାତାର ଆକ୍ରମଣ କରିଥିଲା। କିନ୍ତୁ ସ୍ପେନ୍ ଗୋଲରକ୍ଷକ ଉନାଇ ସିମୋନ୍ ମାଥିଆସ୍ ଓଲିଭେରା ଓ ନିକୋଲାସ୍ ଡି ଲା କ୍ରୁଜ୍‌ଙ୍କ ବିପଜ୍ଜନକ ସଟ୍‌କୁ ସଫଳତାର ସହ ପ୍ରତିହତ କରିଥିଲେ। ଅନ୍ୟପଟେ ଫେରାନ୍ ଟୋରେସ୍‌ଙ୍କ ସଟ୍ କ୍ରସ୍‌ବାରରେ ବାଜି ଫେରିଆସିଥିଲା। ମ୍ୟାଚ୍‌ର ଶେଷ ମୁହୂର୍ତ୍ତରେ ଉରୁଗୁଏର ହତାଶା ଚରମ ସୀମାରେ ପହଞ୍ଚିଥିଲା। ଷ୍ଟପେଜ୍ ଟାଇମ୍‌ରେ ପାଉ କୁବାର୍ସିଙ୍କ ଉପରେ ବିପଜ୍ଜନକ ଟ୍ୟାକଲ୍ କରିବାରୁ ଆଗୁସ୍ତିନ୍ କାନୋବିଓଙ୍କୁ ସିଧାସଳଖ ଲାଲ୍ କାର୍ଡ ଦେଖାଇଥିଲେ ରେଫରି। ଏହି ଗ୍ରୁପ୍‌ରୁ ଉରୁଗୁଏ ଓ ସାଉଦି ଆରବ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିବା ପରେ ସେମାନଙ୍କ ବିଶ୍ୱକପ୍ ଅଭିଯାନ ଶେଷ ହୋଇ ଯାଇଛି।

Leave a Reply

Your email address will not be published. Required fields are marked *