ଅନୁଗୁଳ ପାଲଲହଡ଼ାରେ ସ୍ୱାସ୍ଥ୍ୟ କେନ୍ଦ୍ର ଏନଜିଓକୁ ହସ୍ତାନ୍ତର ପରେ ସେବା ବିପର୍ଯ୍ୟସ୍ତ

ଅନୁଗୁଳ ପାଲଲହଡ଼ା ବ୍ଲକ୍ ଜମରଡ଼ିହଠାରେ ଥିବା ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିବର୍ତ୍ତନ ନାମକ ଏକ ଏନଜିଓ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଚଳିତ ମାସ ୧ ତାରିଖଠାରୁ ଏନଜିଓ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବ ନେବା ପରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି ।

ଅନୁଗୁଳ ପାଲଲହଡ଼ା ବ୍ଲକ୍ ଜମରଡ଼ିହଠାରେ ଥିବା ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପରିବର୍ତ୍ତନ ନାମକ ଏକ ଏନଜିଓ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଚଳିତ ମାସ ୧ ତାରିଖଠାରୁ ଏନଜିଓ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବ ନେବା ପରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଛି । ଉପାନ୍ତ ଅଞ୍ଚଳର ୫ଟି ପଞ୍ଚାୟତ ଏବଂ ଜମରଡ଼ିହ ଅଞ୍ଚଳର ଶହଶହ ସଂଖ୍ୟାରେ ଜନସାଧାରଣ ରୋଗୀ , ଛାତ୍ରଛାତ୍ରୀ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଏନଜିଓକୁ ହଟାଇବା ଦାବିରେ ୨୧ଦିନ ହେଲା ସ୍ବାସ୍ଥ୍ୟ କେନ୍ଦ୍ର ସମୁଖରେ ଆନ୍ଦୋଳନ ଜାରି ରହିଛି । ଗତକାଲି ଶହଶହ ସଂଖ୍ୟାରେ ମହିଳା, ପୂର୍ବତନ ସାଂସଦ ମହେଶ ସାହୁ, ପୂର୍ବତନ ବିଧାୟକ ମୁକେଶ ପାଲ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହୋଇଥିଲେ । ଧାରଣାରେ ବସି ସରକାରୀ ବିରୋଧୀ ନାରା ଦେଇଥିଲେ । 

Leave a Reply

Your email address will not be published. Required fields are marked *