ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସ୍ମୃତିଶକ୍ତି ବୃଦ୍ଧି କରିବା ସହ ଡିମେନ୍ସିଆ ଓ ଅନ୍ୟାନ୍ୟ ମସ୍ତିସ୍କ ଜନିତ ସମସ୍ୟାର ଆଶଙ୍କାକୁ କମାଇପାରେ । ଖାସ୍ କରି ‘ମାଇଣ୍ଡ ଡାଏଟ୍’ ନାମକ ଖାଦ୍ୟ ପଦ୍ଧତିକୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ପ୍ରଭାବଶାଳୀ ବୋଲି ଧରାଯାଉଛି ।
ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକମାନେ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯେତେ ଧ୍ୟାନ ଦେଉଛନ୍ତି, ମସ୍ତିଷ୍କର ସ୍ୱାସ୍ଥ୍ୟ ପ୍ରତି ସେତେଟା ସଚେତନ ନୁହନ୍ତି । କିନ୍ତୁ ବୟସ ବଢ଼ିବା ସହିତ ସ୍ମୃତିଶକ୍ତି ହ୍ରାସ, ଏକାଗ୍ରତା କମିବା ଓ ମାନସିକ ଅବସାଦ ଭଳି ସମସ୍ୟା ବଢ଼ିବାର ଆଶଙ୍କା ରହିଥାଏ । ବିଶେଷଜ୍ଞଙ୍କ ମତରେ, ନିୟମିତ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା ଓ ସାମାଜିକ ଭାବେ ସକ୍ରିୟ ରହିବା ସହିତ ସଠିକ୍ ଖାଦ୍ୟାଭ୍ୟାସ ମସ୍ତିଷ୍କକୁ ଦୀର୍ଘଦିନ ଧରି ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ଯେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ସ୍ମୃତିଶକ୍ତି ବୃଦ୍ଧି କରିବା ସହ ଡିମେନ୍ସିଆ ଓ ଅନ୍ୟାନ୍ୟ ମସ୍ତିସ୍କ ଜନିତ ସମସ୍ୟାର ଆଶଙ୍କାକୁ କମାଇପାରେ । ଖାସ୍ କରି ‘ମାଇଣ୍ଡ ଡାଏଟ୍’ ନାମକ ଖାଦ୍ୟ ପଦ୍ଧତିକୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ପ୍ରଭାବଶାଳୀ ବୋଲି ଧରାଯାଉଛି । ଏହି ଡାଏଟ୍ରେ ସବୁଜ ପନିପରିବା, ଫଳ, ମାଛ, ବାଦାମ ଓ ଅଲିଭ୍ ତେଲ ଭଳି ପୌଷ୍ଟିକ ଖାଦ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।
୧. ସବୁଜ ପନିପରିବା
ପାଳଙ୍ଗ ଶାଗ, ବନ୍ଧାକୋବି ଓ ଅନ୍ୟାନ୍ୟ ଗାଢ଼ ସବୁଜ ପନିପରିବା ମସ୍ତିଷ୍କ ପାଇଁ ଅତ୍ୟନ୍ତ ଉପକାରୀ । ଏଥିରେ ଭିଟାମିନ୍-କେ, ଫୋଲେଟ୍ ଓ ଲ୍ୟୁଟିନ୍ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ମସ୍ତିଷ୍କର କୋଷଗୁଡ଼ିକୁ ସୁରକ୍ଷା ଦେଇଥାଏ । ଗବେଷଣା ଅନୁସାରେ, ଯେଉଁମାନେ ନିୟମିତ ଭାବେ ଏହି ପ୍ରକାର ପନିପରିବା ଖାଆନ୍ତି ସେମାନଙ୍କର ଜ୍ଞାନଗତ କ୍ଷମତା ଅନ୍ୟମାନଙ୍କ ତୁଳନାରେ ଅଧିକ ସମୟ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ ।
୨. କୋଳି ଜାତୀୟ ଫଳ
ଜାମୁକୋଳି, ଷ୍ଟ୍ରବେରୀ, କଣ୍ଟେଇ କୋଳି ଭଳି ଫଳରେ ଫ୍ଲାଭୋନଏଡ୍ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଏହା ମସ୍ତିଷ୍କରେ ଅକ୍ସିଡେଟିଭ୍ କ୍ଷତିକୁ କମାଇବା ସହ ସ୍ମୃତିଶକ୍ତିକୁ ସୁଦୃଢ଼ କରିଥାଏ । ବିଶେଷଜ୍ଞମାନଙ୍କ ମତରେ, ସପ୍ତାହରେ ଅତିକମରେ ଦୁଇଥର କୋଳି ଜାତୀୟ ଫଳ ଖାଇଲେ ବୟସ ଜନିତ ସ୍ମୃତିହ୍ରାସର ଆଶଙ୍କା କମାଇ ଯାଇପାରେ ।
୩. ତେଲିଆ ମାଛ
ଶେଉଳ, ଚୁନା ମାଛ, ଲୁଣି ମାଛ, ଓ ମରୁଆ ଭଳି ମାଛରେ ଓମେଗା-୩ ଫ୍ୟାଟି ଏସିଡ୍ ଭରପୂର ରହିଥାଏ । ଏହି ପୋଷକ ତତ୍ତ୍ୱ ମସ୍ତିଷ୍କ କୋଷର ଗଠନ ଓ କାର୍ଯ୍ୟକୁ ସୁଦୃଢ଼ କରିଥାଏ । ଅନେକ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ମାଛ ଖାଇବା ଦ୍ୱାରା ଡିମେନ୍ସିଆ ଓ ଅନ୍ୟାନ୍ୟ ମସ୍ତିଷ୍କ ସମ୍ବନ୍ଧୀୟ ରୋଗର ଆଶଙ୍କା ହ୍ରାସ ପାଇପାରେ ।
୪. ବାଦାମ ଓ ବିଭିନ୍ନ ପ୍ରକାର ମଞ୍ଜି
ଅଖରୋଟ, ଚିଆ ସିଡ୍ସ, ଫ୍ଲାକ୍ସ ସିଡ୍ସ ଓ କଖାରୁ ମଞ୍ଜିରେ ଓମେଗା-୩ ଫ୍ୟାଟି ଏସିଡ୍ ଓ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ବିଶେଷକରି ଅଖରୋଟକୁ ମସ୍ତିଷ୍କର ଆକୃତି ସହ ତୁଳନା କରାଯାଏ ଏବଂ ଏହାକୁ ‘ବ୍ରେନ୍ ଫୁଡ୍’ ଭାବେ ମଧ୍ୟ ଲୋକେ ଜାଣନ୍ତି । ଏହା ମାନସିକ ସତର୍କତା ବଢ଼ାଇବା ସହ ସ୍ମୃତିଶକ୍ତିରେ ଉନ୍ନତି ଆଣିପାରେ ।
୫. ଅଲିଭ୍ ତେଲ
ଅଲିଭ୍ ତେଲ ମସ୍ତିଷ୍କ ପାଇଁ ଅନେକ ଲାଭଦାୟକ ହୋଇପାରେ । ଏଥିରେ ଥିବା ସ୍ୱାସ୍ଥ୍ୟକର ଚର୍ବି ଓ ଆଣ୍ଟିଅକ୍ସିଡେଣ୍ଟ ମସ୍ତିସ୍କ କୋଷକୁ ସୁରକ୍ଷିତ ରଖିଥାଏ । କିଛି ଗବେଷଣାରେ ଦେଖାଯାଇଛି ଯେ ନିୟମିତ ଅଲିଭ୍ ତେଲ ବ୍ୟବହାର କରୁଥିବା ଲୋକଙ୍କ ମଧ୍ୟରେ ଡିମେନ୍ସିଆ ଜନିତ ମୃତ୍ୟୁର ଆଶଙ୍କା ତୁଳନାତ୍ମକ ଭାବେ କମ୍ ଥାଏ ।
୬. ଅଣ୍ଡା
ଅଣ୍ଡାରେ ଥିବା କୋଲିନ୍, ଭିଟାମିନ୍-ଡି ଓ ଓମେଗା-୩ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଖୁବ ଜରୁରୀ । କୋଲିନ୍, ସ୍ମୃତିଶକ୍ତି ବଢ଼ିଥାଏ ବୋଲି ବିଶେଷଜ୍ଞମାନଙ୍କ ମତ ରହିଛି । ଅଣ୍ଡାର ହଳଦିଆ ଅଂଶରେ ଅଧିକାଂଶ ପୋଷକ ତତ୍ତ୍ୱ ରହିଥାଏ ତେଣୁ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ସମ୍ପୂର୍ଣ୍ଣ ଅଣ୍ଡା ଖାଇବା ଉପକାରୀ ହୋଇଥାଏ .
କେଉଁ ଖାଦ୍ୟକୁ ସୀମିତ କରିବେ?

