ସାନଖେମୁଣ୍ଡିରେ ଝାଡ଼ାବାନ୍ତି ଆତଙ୍କ! ୩ ମୃତ୍ୟୁ ଅଭିଯୋଗ, ବ୍ରହ୍ମପୁର ଗଲେ ୫ ଗୁରୁତର

ଝାଡ଼ାବାନ୍ତିରେ ତିନି ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତର ମାର୍ଥାପୁର ଗାଁରେ ଆତଙ୍କ । ପ୍ରଥମେ ଚାରି ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଝାଡ଼ାବାନ୍ତିରେ ତିନି ମୃତ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତର ମାର୍ଥାପୁର ଗାଁରେ ଆତଙ୍କ । ପ୍ରଥମେ ଚାରି ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ମାର୍ଥାପୁର ଗ୍ରାମର ସୁରେନ୍ଦ୍ର ମଳିକ । ତେବେ ପରେ ଆଉ ପାଞ୍ଚ ଜଣ ଗୁରୁତର ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କ ମୃତ୍ୟୁ ହୋଇଛି।  ସେହିପରି ୫ରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଅଛନ୍ତି । ସେମାନେ ହେଲେ ରଘୁନାଥ ମଳିକ, ରୁନି ମଳିକ, ଜାଇଲ ମଳିକ, ଅନନ୍ତ ମଳିକ ।

ସେପଟେ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟିମ ପହଞ୍ଚି ଲୋକଙ୍କୁ ସଚେତନତା କରୁଥିବା ବେଳେ ଝାଡ଼ାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ଝାଡ଼ାବାନ୍ତି ଆକ୍ରାନ୍ତକୁ ନେଇ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନଳକୂପ ପାଣି ପିଇବା ଫଳରେ ଝାଡ଼ାବାନ୍ତି ବ୍ୟାପି ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଛି । ଟିମ୍ ପାଣି ନମୁନା ପରୀକ୍ଷା ପରେ ଝାଡ଼ାବାନ୍ତିର କାରଣ ଜଣା ପଡ଼ିବ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗର ଟିମ୍ ।

Leave a Reply

Your email address will not be published. Required fields are marked *