ସହିପାରିଲେନି ପୁଲିସର ନିର୍ଯାତନା ; ଥାନା ଆଗରେ ଜୀବନ ହାରିଲେ ଯୁବକ

ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା। ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ କୁଳିଅଣା କାମତା ଗାଁର ଶିବପ୍ରସାଦ ବାରିକ। ପୁଲିସର ମାନସିକ ଅତ୍ୟାଚାର ଓ ଦୁର୍ବ୍ୟବହାର ସହ୍ୟ କରିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଥାନା ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ମୟୂରଭଞ୍ଜ କୁଳିଅଣା ଥାନା ସମ୍ମୁଖରେ ଘଟିଛି ଅଭାବନୀୟ ଘଟଣା। ଥାନା ସମ୍ମୁଖରେ ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ କୁଳିଅଣା କାମତା ଗାଁର ଶିବପ୍ରସାଦ ବାରିକ। ପୁଲିସର ମାନସିକ ଅତ୍ୟାଚାର ଓ ଦୁର୍ବ୍ୟବହାର ସହ୍ୟ କରିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନା ମୁତାବକ, ଶିବପ୍ରସାଦଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଏକ ବଲେରୋ ଗାଡ଼ିକୁ ସେ ଭଡ଼ାରେ ଚଲାଉଥିଲେ । କିଛି ଦିନ ପୂର୍ବେ ଗାଡ଼ିଟି ଚୋରି ହୋଇଯିବା ପରେ କୁଳିଅଣା ଥାନାରେ ଅଭିଯୋଗ କରିଥିଲେ । ପ୍ରାୟ ମାସେରୁ ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ଗାଡ଼ି ଖୋଜିବା ଦିଗରେ କୌଣସି ତତ୍ପରତା ପ୍ରକାଶ କରିନଥିଲା । ଗାଡ଼ିର ସନ୍ଧାନ ପାଇଁ ଶିବପ୍ରସାଦ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଧରି ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ପୁଲିସ ତାଙ୍କ ଗୁହାରି ଶୁଣିବା ବଦଳରେ ଓଲଟା ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *