ବଦଳିବ ରାଇରଙ୍ଗପୁରର ରୂପ ; ମିଳିବ ଉଚ୍ଚକୋଟିର ସ୍ୱାସ୍ଥ୍ୟସେବା

ଲୋକମାନଙ୍କୁ ଆଉ କଟକ ଏବଂ ଭୂବନେଶ୍ବରର ବଡ଼ ବଡ଼ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ କରକମଳରେ ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଏମସ୍ ସହଭାଗିତାରେ ମାଗଣା ସ୍ବାସ୍ଥ୍ୟ ଶିବିର ଉଦଘାଟିତ ହୋଇଛି । ଆଗାମୀ ଦିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ରାଇରଙ୍ଗପୁର ବାସିନ୍ଦା ପାଇବେ ବୋଲି ଆଶା କରାଯାଉଛି। ସେହିପରି ଆଉ ଗୋଟିଏ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାନୀୟ ବାଇଦାପୋଷିରେ ସ୍ଥାପିତ ହୋଇଛି ।

ପଛୁଆ ରାଇରଙ୍ଗପୁର ଏବେ ଆଗରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବାରୁ ଏବେ ରାଇାରଙ୍ଗପୁର ବିକଶିତ ହେଉଛି । ବିଶେଷ କରି ୧୯ ଓ ୨୦ ତାରିଖ ଦୁଇଦିନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁର ଗସ୍ତ କରି ଅନେକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉଦଘାଟିତ ହୋଇଛି ଐତିହାସିକ ଭିତ୍ତିଭୂମି । ପ୍ରଥମତଃ ରାଇରଙ୍ଗପୁର ପୁଲିସ ଜିଲ୍ଲା ଭାବେ ଘୋଷିତ ହୋଇଥିବା ସ୍ଥାନକୁ ନୂଆ ଜିଲ୍ଲା ପୁଲିସ୍ ଅଧୀକ୍ଷକ କାର୍ଯ୍ୟାଳୟ ଶୁଭ ଉଦଘାଟିତ ହେଲା । ସେଥିରେ ମଧ୍ୟ ପୁଲିସ ଅଧିକ୍ଷକ ଯୋଗଦାନ କଲେ । ଏମସ୍ ସାଟେଲାଇଟ୍ ସେଣ୍ଟର ଦ୍ବାରା ଦୁରାରୋଗ୍ୟ ରୋଗକୁ ପ୍ରତିହତ କରାଯାଇ ପାରିବ । 

ଲୋକମାନଙ୍କୁ ଆଉ କଟକ ଏବଂ ଭୂବନେଶ୍ବରର ବଡ଼ ବଡ଼ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ କରକମଳରେ ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲରେ ଏମସ୍ ସହଭାଗିତାରେ ମାଗଣା ସ୍ବାସ୍ଥ୍ୟ ଶିବିର ଉଦଘାଟିତ ହୋଇଛି । ଆଗାମୀ ଦିନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ରାଇରଙ୍ଗପୁର ବାସିନ୍ଦା ପାଇବେ ବୋଲି ଆଶା କରାଯାଉଛି। ସେହିପରି ଆଉ ଗୋଟିଏ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ସ୍ଥାନୀୟ ବାଇଦାପୋଷିରେ ସ୍ଥାପିତ ହୋଇଛି। ଯେଉଁଠି ଗବେଷକ ମାନେ ଆଦିବାସୀ ସଂସ୍କୃତି ଉପରେ ଗବେଷଣା କରି ଦେଶ ବିଦେଶରେ ନାଁ ଅର୍ଜନ କରିପାରିବେ। ଏଠାକୁ ମଧ୍ୟ ପର୍ଯ୍ୟଟକ ମାନେ ଆସି ସେମାନଙ୍କର ସୁଚିନ୍ତିତ ମତାମତ ଦେବା ସହିତ ଏହା ମୟୂରଭଞ୍ଜ ଇତିହାସରେ ଅତି ଉତ୍ତମ କଳାକୃତି ନିଦର୍ଶନ ଦେଇଥାଏ । 

ରାଇରଙ୍ଗପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ମଧ୍ୟ ଉଦଘାଟିତ ହୋଇଛି । ଏଠାରେ ଶହଶହ ଛାତ୍ରଛାତ୍ରୀ ଖେଳକୁଦ କ୍ଷେତ୍ରରେ ନିଜର କୌଶଳ ପ୍ରଦର୍ଶନ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୁଷ୍ଟି କରିପାରିବେ। ବିଶେଷକରି ଆଦିବାସୀ ଛାତ୍ରଛାତ୍ରମାନେ କ୍ରୀଡାରେ ନୈପୁଣ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିବେ। ରାଷ୍ଟ୍ରପତିଙ୍କ ନିଜ ଗାଁ ପାହାଡ଼ପୁର ହେବ ସୂର୍ଯ୍ୟ ଗାଁ । ଫଳରେ ପାହାଡପୁର ଗାଁର ଲୋକେ ମାଗଣା ବିଜୁଳି ଉପଭୋଗ କରିପାରିବେ । 

Leave a Reply

Your email address will not be published. Required fields are marked *