କନକ ନ୍ୟୁଜ ପ୍ରଭାବ। ହଷ୍ଟେଲରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ। ଖବର ପ୍ରସାରଣ ପରେ ୪ ଦିନ ହେବ ବନ୍ଦ ଥିବା ବିଦ୍ୟୁତକରଣ ସ୍ବାଭାବିକ କରିଛି ଜିଲ୍ଲା ପ୍ରଶାସନ।
କନକ ନ୍ୟୁଜ ପ୍ରଭାବ। ହଷ୍ଟେଲରେ ସ୍ବାଭାବିକ ହେଲା ବିଦ୍ୟୁତ ସରବରାହ । ଖବର ପ୍ରସାରଣ ପରେ ୪ ଦିନ ହେବ ବନ୍ଦ ଥିବା ବିଦ୍ୟୁତକରଣ ସ୍ବାଭାବିକ କରିଛି ଜିଲ୍ଲା ପ୍ରଶାସନ। ମାଲକାନଗିରି ଜିଲ୍ଲା ମାଥିଲି ସଦର ବଳଦିଆଗୁଡା ଅନୁସୂଚିତ ଜାତି ଓ ଜନଜାତି ମହାବିଦ୍ୟାଳୟରେ ଗତ ୪ ଦିନ ହେବ ଟ୍ରାନ୍ସଫର୍ମର ପୋଡ଼ି ହଷ୍ଟେଲରେ ଅନ୍ଧାରରେ ରହିଥିଲା।
ଯାଫଳରେ ୫୦୦ ଅନ୍ତେବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିଲେ। ବିକଳ୍ପ ବ୍ୟବସ୍ଥା ନ ପାଇ ଟାଙ୍କର ଯୋଗେ ପିଲାଙ୍କୁ ପାଣି ଯୋଗାଣ କରାଯାଉଥିଲ । ଏ ନେଇ ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ସ୍ବାଭାବିକ କରାଯାଇଛି। ଗତ ବର୍ଷେ ତଳେ ହଷ୍ଟେଲରେ ବିଦ୍ୟୁତ ସମସ୍ୟା ଯୋଗୁ ମାଲକାନଗିରି ଆଇଟିଡିଏ କୁ ଏଷ୍ଟିମେଣ୍ଟ ଦିଆଯାଇଥିଲା। ଅବହେଳା ଯୋଗୁ କାମ ଆଗକୁ ବଢିପାରୁନଥିଲା। ଟ୍ରାନ୍ସଫର୍ମର ପୋଡ଼ିବା ପରେ ପ୍ରଶାସନ କାମ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଯାହାଦ୍ବାରା ୪ ଦିନ ଧରି ହଷ୍ଟେଲ ଅନ୍ତେବାସୀ ଅନ୍ଧାରରେ ରହିଥିଲେ।

