କୁନ୍‌ହା କରିସ୍ମାରେ ଜିତିଲା ବ୍ରାଜିଲ୍‌, ହାଇତିର ବିଦାୟ

ମୋରୋକ୍କୋ ବିପକ୍ଷରେ ଡ୍ର’ କରି ସମାଲୋଚିତ ‌ହୋଇଥିବା ବ୍ରାଜିଲ୍ ଏହି ମ୍ୟାଚ୍‌‌ରେ ଆରମ୍ଭରୁ ହାଇତି ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ଫଳରେ ତିନିଟି ଯାକ ଗୋଲ୍‌ ପ୍ରଥମାର୍ଦ୍ଧରେ ଦେଇ ଦ୍ବିତୀୟାର୍ଦ୍ଧରେ କେବଳ ରକ୍ଷଣାତ୍ମକ ଖେଳ ଖେଳିବା ଉପରେ ଜୋର୍‌ ଦେଇଥିଲା।

 ମାଥ୍ୟୁସ୍‌ କୁନ୍‌ହାଙ୍କ ଯୁଗଳ ଏବଂ ପ୍ରଥମାର୍ଦ୍ଧର ଆହତ ସମୟରେ ଭିନ୍‌ସିଅସ୍‌ ଜୁନିଅରଙ୍କ ଜବରଦସ୍ତ ଗୋଲ୍ ବଳରେ ବିଶ୍ବକପ୍‌ର ସଫଳତମ ଦଳ ବ୍ରାଜିଲ ଗ୍ରୁପ୍‌-ସି’ର ଏକ ନିର୍ଣ୍ଣାୟକ ମ୍ୟାଚ୍‌ରେ ହାଇତିକୁ ୩-୦ ଗୋଲ୍‌ରେ ହରାଇ ଦେଇଛି। ଫଳରେ ମରକ୍କୋ ବିପକ୍ଷରେ ଡ୍ର’ କରିବା ପରେ ନିଜ ଦ୍ବିତୀୟ ମ୍ୟାଚ୍‌ରେ ପ୍ରଥମ ବିଜୟ ପାଇଥିବା ବ୍ରାଜିଲ୍‌ ମଧ୍ୟ ନିଜ ଆତ୍ମବିଶ୍ବାସକୁ ଠିକଣା ସମୟରେ ବଢ଼ାଇଛି। ଏହି ଏକତରଫା ବିଜୟ ବଳରେ ବ୍ରାଜିଲ୍‌ ବି ଗ୍ରୁପ୍‌-ସି’ର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି। ଫଳରେ ଏହି ଲାଟିନ୍‌ ଆମେରିକୀୟ ଦେଶର ନକ୍‌ଆଉଟ୍‌ ଖେଳିବା ଆଶା ଦୃଢ଼ ହୋଇଛି। 

ଅନ୍ୟ ପକ୍ଷରେ ଦୁଇଟି ମ୍ୟାଚ୍‌ରୁ ଲଗାତାର ଦୁଇଟି ପରାଜୟ ବରଣ କରିବା ପରେ ହାଇତି ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପକ୍କା ହୋଇଯାଇଛି। ମୋରୋକ୍କୋ ବିପକ୍ଷରେ ଡ୍ର’ କରି ସମାଲୋଚିତ ‌ହୋଇଥିବା ବ୍ରାଜିଲ୍ ଏହି ମ୍ୟାଚ୍‌‌ରେ ଆରମ୍ଭରୁ ହାଇତି ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। ଫଳରେ ତିନିଟି ଯାକ ଗୋଲ୍‌ ପ୍ରଥମାର୍ଦ୍ଧରେ ଦେଇ ଦ୍ବିତୀୟାର୍ଦ୍ଧରେ କେବଳ ରକ୍ଷଣାତ୍ମକ ଖେଳ ଖେଳିବା ଉପରେ ଜୋର୍‌ ଦେଇଥିଲା। ପ୍ରଶିକ୍ଷକ କାର୍ଲୋ ଆନ୍ସେଲୋଟିଙ୍କ ବିଶ୍ୱାସକୁ ସାର୍ଥକ କରି କୁନ୍‌ହା ବିଶ୍ୱକପ୍‌ରେ ବ୍ୟକ୍ତିଗତ ଭାବେ ପ୍ରଥମ ଦୁଇଟି ଗୋଲ୍ ଦେଇଥିଲେ।

ଏହି ସଫଳତା ସେ ୧୩ ମିନିଟ୍‌ ବ୍ୟବଧାନରେ ଅର୍ଥାତ୍ ୨୩ ଓ ୩୬ ମିନିଟ୍‌ରେ ହାସଲ କରିଥିଲେ। ତୃତୀୟ ତଥା ଶେଷ ଗୋଲ୍‌ଟିକୁ ଜୁନିଅର୍‌ ଆହତ ସମୟର ତୃତୀୟ ମିନିଟ୍‌ରେ ଦେଇଥିଲେ। ପ୍ରଥମାର୍ଦ୍ଧରେ ୦-୩ରେ ପଛୁଆ ରହିବା ପରେ ଦ୍ବିତୀୟାର୍ଦ୍ଧରେ ହାଇତି କେ‌ତେକ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଏହାକୁ ଫିନିସିଂ ଟଚ୍ ଦେଇ ପାରି ନଥିଲା। ବିଶେଷ କରି ରିକାର୍ଡୋ ଆଡେଙ୍କ ହେଡରକୁ ବ୍ରାଜିଲ୍ ଗୋଲରକ୍ଷକ ଆଲିସନ୍ ଚମତ୍କାର ଢଙ୍ଗରେ ସେଭ୍ କରିଥିଲେ। ଫଳରେ ହାଇତି ଗୋଲ୍‌ର ଖାତା ଖୋଲିବାରେ ବିଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *