ସୁନ୍ଦର ହେବ ଚିଲିକା କୂଳ , ବଦଳିବ ଘାଟର ଚିତ୍ର ; ପର୍ଯ୍ୟଟନକୁ ମିଳିବ ନୂଆ ଦିଗ

ଏବେ ଚିଲିକା ଘାଟର ଭାଗ୍ୟ ବଦଳାଇବାକୁ ଯାଉଛି । ଦୀର୍ଘଦିନ ଧରି ଯେଉଁ ସମସ୍ୟା ଓ ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ, ସେସବୁର ସମାଧାନ ପାଇଁ ଏବେ ଆରମ୍ଭ ହୋଇଛି ବ୍ୟାପକ ପଦକ୍ଷେପ ।

ଏସିଆର ସର୍ବବୃହତ ଲବଣାକ୍ତ ଜଳ ହ୍ରଦ ଚିଲିକାକୁ ନେଇ ଆସିଛି ଏକ ବଡ଼ ଖବର । ଦୀର୍ଘଦିନର ଅବହେଳା ପରେ ଏବେ ବଦଳିବାକୁ ଯାଉଛି ଚିଲିକା ଘାଟର ଚିତ୍ର । ପ୍ରଶାସନର ସକ୍ରିୟ ପଦକ୍ଷେପ ଓ ଉନ୍ନୟନ ଯୋଜନା ଚିଲିକା କୂଳକୁ ନୂଆ ପରିଚୟ ଦେବାକୁ ଯାଉଛି । ଏହା କେବଳ ପର୍ଯ୍ୟଟନକୁ ଗତି ଦେବ ନୁହେଁ, ସ୍ଥାନୀୟ ଲୋକଙ୍କ ଜୀବିକାକୁ ମଧ୍ୟ ମଜବୁତ କରିବ । 
ନୂଆ ରୂପରେ ସଜିବ ଚିଲିକା କୂଳ…
ପୁଣି ଚଳଚଞ୍ଚଳ ହେବ ଚିଲିକା ଘାଟ…
ପର୍ଯ୍ୟଟକଙ୍କ ଭିଡ଼ରେ ମୁଖରିତ ହେବ ଚାରିଆଡ଼…
ଆଉ ସ୍ଥାନୀୟ ଲୋକଙ୍କ ମୁହଁରେ ଫୁଟିବ ହସ…

ପ୍ରଶାସନର ଆନ୍ତରିକ ପ୍ରୟାସ ଏବେ ଚିଲିକା ଘାଟର ଭାଗ୍ୟ ବଦଳାଇବାକୁ ଯାଉଛି । ଦୀର୍ଘଦିନ ଧରି ଯେଉଁ ସମସ୍ୟା ଓ ଅବ୍ୟବସ୍ଥା ପାଇଁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରୁଥିଲେ, ସେସବୁର ସମାଧାନ ପାଇଁ ଏବେ ଆରମ୍ଭ ହୋଇଛି ବ୍ୟାପକ ପଦକ୍ଷେପ । ଚିଲିକା କୂଳର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ସୃଷ୍ଟି, ଘାଟର ଆଧୁନିକୀକରଣ, ପରିମଳ ବ୍ୟବସ୍ଥାର ଉନ୍ନତି ଓ ସୁରକ୍ଷିତ ଯାତାୟାତ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ମିଳିବା ସହ ହଜାର ହଜାର ପରିବାରର ଜୀବିକା ଅଧିକ ସୁଦୃଢ଼ ହେବ । ଚିଲିକା ଉପରେ ନିର୍ଭର କରୁଥିବା ଡଙ୍ଗା ଚାଳକ, ମତ୍ସ୍ୟଜୀବୀ, ଛୋଟ ବ୍ୟବସାୟୀ ଓ ପର୍ଯ୍ୟଟନ ସହ ଜଡ଼ିତ ଲୋକମାନଙ୍କ ଆୟ ବଢ଼ିବାର ଆଶା ସୃଷ୍ଟି ହୋଇଛି । ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଏହା ନୂଆ ଶକ୍ତି ଦେବ । ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିଯାୟୀ ପକ୍ଷୀ, ଇରାୱାଡ଼ି ଡଲଫିନ୍ ଏବଂ ଚିଲିକାର ମନୋରମ ପରିବେଶ ପୂର୍ବରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିଲା । ଏବେ ଆଧୁନିକ ସୁବିଧା ଯୋଡ଼ି ହେଲେ ଚିଲିକା ଦେଶ ଓ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଆହୁରି ଆକର୍ଷଣର କେନ୍ଦ୍ର ପାଲଟିବ ବୋଲି ଆଶା କରାଯାଉଛି । ଚିଲିକା କେବଳ ଏକ ପର୍ଯ୍ୟଟନ ସ୍ଥଳ ନୁହେଁ, ଏହା ଓଡ଼ିଶାର ଗର୍ବ ଓ ହଜାର ହଜାର ଲୋକଙ୍କ ଜୀବିକାର ଆଧାର। ତେଣୁ ଚିଲିକା କୂଳର ଏହି ନୂଆ ବିକାଶ କେବଳ ସୌନ୍ଦର୍ଯ୍ୟ ବଢ଼ାଇବ ନୁହେଁ, ସ୍ଥାନୀୟ ଅର୍ଥନୀତି ଓ ପର୍ଯ୍ୟଟନକୁ ମଧ୍ୟ ଏକ ନୂଆ ଦିଗ ଦେବ ।

Leave a Reply

Your email address will not be published. Required fields are marked *