ବଲିଉଡ୍ର ‘କିଙ୍ଗ୍ ଖାନ୍’ ଶାହରୁଖ ଖାନ୍ ୨ ନଭେମ୍ବରରେ ୬୧ ବର୍ଷରେ ପାଦ ଦେଇଛନ୍ତି। ଦିଲ୍ଲୀରୁ ମୁମ୍ବାଇ ଆସି ଛୋଟ ପରଦାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଶାହରୁଖ ଆଜି କେବଳ ବଲିଉଡ୍ର ସବୁଠୁ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ନୁହନ୍ତି, ବରଂ ଭାରତର ସବୁଠୁ ଧନୀ ଅଭିନେତାଙ୍କ ମଧ୍ୟରେ ମଧ୍ୟ ଶୀର୍ଷସ୍ଥାନରେ ଅଛନ୍ତି। ଅଭିନୟ, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ପ୍ରଡକ୍ସନ ହାଉସ୍ ଏବଂ ଆଇପିଏଲ୍ ଟିମ୍ରୁ ତାଙ୍କର ବିପୁଳ ଆୟ ହୁଏ।

୧୯୬୫ ମସିହା ନଭେମ୍ବର ୨ ତାରିଖରେ ଜନ୍ମ ନେଇଥିବା ଶାହରୁଖ ଦୀର୍ଘ ୩ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ସିନେମାରେ ରାଜ କରୁଛନ୍ତି। ‘ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ’, ‘ଦିଲ୍ ତୋ ପାଗଲ୍ ହୈ’, ‘କରଣ-ଅର୍ଜୁନ’, ‘କୁଛ୍ କୁଛ୍ ହୋତା ହୈ’ ଭଳି ସୁପରହିଟ୍ ଫିଲ୍ମଠାରୁ ଆରମ୍ଭ କରି ‘ପଠାନ୍’ ଓ ‘ଜୱାନ୍’ ଭଳି ଆକ୍ସନ୍ ଫିଲ୍ମ ପର୍ଯ୍ୟନ୍ତ ତାଙ୍କର କ୍ରେଜ୍ ଆଜି ବି ଅବିଚଳିତ।
ସମ୍ପତ୍ତିର କଥା କହିଲେ, M3M Hurun India Rich List 2025ରେ ପ୍ରଥମ ଥର ପାଇଁ ଶାହରୁଖ ଖାନ୍ ବିଲିୟନେୟାର କ୍ଲବ୍ରେ ପ୍ରବେଶ କରିଥିଲେ। ସେତେବେଳେ ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୨,୪୯୦ କୋଟି ଟଙ୍କା ବୋଲି ଆକଳନ କରାଯାଇଥିଲା। ୨୦୨୬ର Hurun India Rich List ଅନୁସାରେ ତାଙ୍କ ସମ୍ପତ୍ତିରେ କିଛି ହ୍ରାସ ହୋଇଥିଲେ ମଧ୍ୟ ଏହା ପ୍ରାୟ ୧୦ ହଜାର କୋଟି ଟଙ୍କା ରହିଛି।
ଶାହରୁଖଙ୍କ ଆୟର ମୁଖ୍ୟ ଉତ୍ସ ଫିଲ୍ମ। ଅଭିନୟ ବ୍ୟତୀତ ସେ ଅନେକ ବଡ଼ ବ୍ରାଣ୍ଡ୍ର ବିଜ୍ଞାପନରେ ନଜର ଆସନ୍ତି। ଏହାସହ ତାଙ୍କର ନିଜସ୍ୱ ପ୍ରଡକ୍ସନ ହାଉସ୍ ରହିଛି। ଆଇପିଏଲ୍ ଫ୍ରାଞ୍ଚାଇଜି କୋଲକାତା ନାଇଟ୍ ରାଇଡର୍ସ ସହ ମଧ୍ୟ ସେ ଜଡ଼ିତ। ଏହି ସବୁ ଉତ୍ସରୁ ତାଙ୍କ ଆୟ କୋଟି କୋଟି ଟଙ୍କାରେ ପହଞ୍ଚେ।
ଶାହରୁଖଙ୍କ ଆଲିଶାନ ଜୀବନଶୈଳୀର ସବୁଠୁ ବଡ଼ ପରିଚୟ ହେଉଛି ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବଙ୍ଗଳା ‘ମନ୍ନତ’। ଏହା ମୁମ୍ବାଇର ଏକ ଅତ୍ୟନ୍ତ ପୋଷ୍ ଅଞ୍ଚଳରେ ଅବସ୍ଥିତ। ରିପୋର୍ଟ ଅନୁସାରେ, ‘ମନ୍ନତ’ର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା। ଏହି ବଙ୍ଗଳାରେ ସମସ୍ତ ପ୍ରକାରର ଆଧୁନିକ ଏବଂ ଲଗ୍ଜୁରୀ ସୁବିଧା ରହିଛି।
କେବଳ ଘର ନୁହେଁ, ଶାହରୁଖଙ୍କ କାର୍ କଲେକ୍ସନ୍ ମଧ୍ୟ ବେଶ୍ ଚର୍ଚ୍ଚିତ। ତାଙ୍କ ଗ୍ୟାରେଜରେ ବିଶ୍ୱର ଅନେକ ଦାମୀ କାର୍ ରହିଛି। ରିପୋର୍ଟ ଅନୁସାରେ, ତାଙ୍କ ପାଖରେ Cadillac Escalade ଏବଂ Rolls-Royce Cullinan Black Badge ଭଳି ଲଗ୍ଜୁରୀ କାର୍ ମଧ୍ୟ ରହିଛି।
ସଂଘର୍ଷରୁ ଆରମ୍ଭ କରି ବିଲିୟନେୟାର କ୍ଲବ୍ ପର୍ଯ୍ୟନ୍ତ ଶାହରୁଖଙ୍କ ଯାତ୍ରା ଅନେକଙ୍କ ପାଇଁ ପ୍ରେରଣାଦାୟକ। ୬୧ ବର୍ଷ ବୟସରେ ମଧ୍ୟ ତାଙ୍କ ଲୋକପ୍ରିୟତା, ଆୟ ଓ ବ୍ରାଣ୍ଡ ଭାଲ୍ୟୁ ତାଙ୍କୁ ବଲିଉଡ୍ର ପ୍ରକୃତ ‘ବାଦଶାହ’ ଭାବେ ପରିଚିତ କରାଇଛି।