ଜାମିଆ ମିଲିଆ ଇସଲାମିଆରେ ୨୦ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ

ଦୁଇ ଦଶନ୍ଧି ପରେ ଜାମିଆ ମିଲିଆ ଇସଲାମିଆ ଛାତ୍ର ସଂସଦ ନିର୍ବାଚନ ପୁନର୍ବାର ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ସୋମବାର ଜାରି ହୋଇଥିବା ଏକ ଆଦେଶରେ ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛନ୍ତି

ଦୁଇ ଦଶନ୍ଧି ପରେ ଜାମିଆ ମିଲିଆ ଇସଲାମିଆ ଛାତ୍ର ସଂସଦ ନିର୍ବାଚନ ପୁନର୍ବାର ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ସୋମବାର ଜାରି ହୋଇଥିବା ଏକ ଆଦେଶରେ ବିଶ୍ୱବିଦ୍ୟାଳୟ ପ୍ରଶାସନ କହିଛନ୍ତି ଯେ, ଛାତ୍ର ସଂସଦର ସମ୍ବିଧାନ ଅନୁମୋଦନ ହେବାର ୧୫ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ବିଶ୍ୱବିଦ୍ୟାଳୟ ପ୍ରଶାସନ ଛାତ୍ରମାନଙ୍କ ବିରୋଧରେ ଜାରି କରାଯାଇଥିବା ନିଲମ୍ବନ ନୋଟିସ୍‌କୁ ପ୍ରତ୍ୟାହାର କରିନେଇଛି। ୨୦୦୬ ମସିହାରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଭାଙ୍ଗି ଦେଇଥିବା ନିର୍ବାଚିତ ଛାତ୍ର ସଂସଦର ପୁନଃସ୍ଥାପନ ଦାବିରେ ଛାତ୍ରମାନଙ୍କ ପ୍ରତିବାଦର କିଛି ଦିନ ପରେ ଏହି ଘୋଷଣା କରାଯାଇଛି।

ବିକ୍ଷୋଭ ସମୟରେ ସୁରକ୍ଷା କର୍ମୀଙ୍କ କାର୍ଯ୍ୟର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ କମିଟି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି।ରବିବାର ରାତିରେ ଜାମିଆ ମିଲିଆ ଇସଲାମିଆ ପ୍ରଶାସନ ଏବଂ ଛାତ୍ରମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ହୋଇଥିଲେ ମଧ୍ୟ, କିଛି ଛାତ୍ର ଏବେ ବି ଅନଶନରେ ଅଛନ୍ତି। ପ୍ରତିବାଦ କରୁଥିବା ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, କିଛି ଲୋକଙ୍କୁ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ କହିଛନ୍ତି ଯେ ସେମାନଙ୍କର ମୂଳ ଦାବି ପୂରଣ ହୋଇନାହିଁ। ତେଣୁ ଚୁକ୍ତିନାମାକୁ ବିରୋଧ କରୁଥିବା ଛାତ୍ରମାନେ ସେମାନଙ୍କର ପ୍ରତିବାଦ ଜାରି ରଖିଛନ୍ତି।
ଛାତ୍ରମାନେ ଅଭିଯୋଗ କରିଛନ୍ତି, ଜାମିଆ ପ୍ରଶାସନ ସମ୍ପୂର୍ଣ୍ଣ କ୍ୟାମ୍ପସ୍‌କୁ ତାଲା ପକାଇ ଦେଇଛନ୍ତି। ଆଇଟିବିପି, ଦିଲ୍ଲୀ ପୁଲିସକର୍ମୀ ଆରଏସଏସ ସହ ଜଡିତ ଲୋକଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ଛାତ୍ରଙ୍କର ପରିଚୟପତ୍ର ଯାଞ୍ଚ୍ କରାଯାଇ ସେମାନଙ୍କୁ କ୍ୟାମ୍ପସରେ ପ୍ରବେଶ କରିବାକୁ ବାରଣ କରାଯାଉଛି।

Leave a Reply

Your email address will not be published. Required fields are marked *