୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା, ଟ୍ରକ୍‌କୁ ପିଟିଲା କାର୍‌

୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ଗୁରୁତର ଆହତ ହେଲେ ୩ ଜଣ । ଗଞ୍ଜାମ ଜିଲ୍ଲା ଗୁରାପଲ୍ଲୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

୧୬ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା । ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ଗୁରୁତର ଆହତ ହେଲେ ୩ ଜଣ । ଗଞ୍ଜାମ ଜିଲ୍ଲା ଗୁରାପଲ୍ଲୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ, ଗୋଆରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ କାର୍‌ ଗୁରାପଲ୍ଲୀ ଛକ ନିକଟରେ ରାସ୍ତା ପାର ହେଉଥିବା ଏକ ଟ୍ରକ୍‌ର ପଛପଟକୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଦୁର୍ଘଟଣା ପରେ କାର୍‌ ଭିତରେ ଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାଟି କେଉଁ ପରିସ୍ଥିତିରେ ଘଟିଲା ଏବଂ କାର୍‌ର ଗତି କେତେ ଥିଲା, ସେନେଇ ଏବେ ତଦନ୍ତ କରାଯାଉଛି । ଜାତୀୟ ରାଜପଥରେ ଏଭଳି ଦୁର୍ଘଟଣା ପୁଣିଥରେ ସୁରକ୍ଷିତ ଯାତାୟାତ ଓ ଟ୍ରାଫିକ୍‌ ନିୟମ ପାଳନ ଉପରେ ପ୍ରଶ୍ନ ଉଠାଇଛି ।

Leave a Reply

Your email address will not be published. Required fields are marked *