ହ୍ୟାକ୍ କରି ମାଗିଲେ ‘ଫେୟାର ଚାନ୍ସ’, ଛାତ୍ରଙ୍କୁ ଦଣ୍ଡ ନୁହେଁ ସୁଯୋଗ ଦେବ ଆଇଆଇଟି କାନପୁର

ହାକାଥନ୍‌ ମାଧ୍ୟମରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିଥିଲେ ମଧ୍ୟ ସେ ଚୟନ ହୋଇପାରିନଥିଲେ । ଏହା ପରେ ସେ ନିଜ ସାଇବର କୌଶଳ ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ ।

ଏହି ଛାତ୍ର ଆଇଆଇଟି କାନପୁରର ବିଟେକ୍ ସାଇବର ସିକ୍ୟୁରିଟିପ୍ରୋଗ୍ରାମରେ ଭର୍ତ୍ତି ପାଇଁ ଆବେଦନ କରିଥିଲେ । ହାକାଥନ୍‌ ମାଧ୍ୟମରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିଥିଲେ ମଧ୍ୟ ସେ ଚୟନ ହୋଇପାରିନଥିଲେ । ଏହା ପରେ ସେ ନିଜ ସାଇବର କୌଶଳ ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ । ଘଟଣା ପରେ ଆଇଆଇଟି କାନପୁର ପକ୍ଷରୁ ପ୍ରଥମେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିବା ନେଇ ବିଚାର କରାଯାଇଥିଲା । କିନ୍ତୁ ଛାତ୍ରଙ୍କ ଭବିଷ୍ୟତକୁ ନଜରରେ ରଖି ସଂସ୍ଥା ଭିନ୍ନ ନିଷ୍ପତ୍ତି ନେଇଛି ।

ଆଇଆଇଟି କାନପୁର ନିର୍ଦ୍ଦେଶକ ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି, ଛାତ୍ରଙ୍କୁ ସାଇବର ସିକ୍ୟୁରିଟି କେନ୍ଦ୍ର C3iHubରେ ଇଣ୍ଟର୍ନସିପ୍ ଦେବା ନେଇ ବିଚାର କରାଯାଉଛି । ସେ ଆସନ୍ତା ବର୍ଷ ପୁଣି ଆଡମିସନ୍ ପାଇଁ ଚେଷ୍ଟା କରିପାରିବେ । ତେବେ ଆଇଆଇଟି କାନପୁର ସ୍ପଷ୍ଟ କରିଛି ଯେ, ସାଇବର ସିକ୍ୟୁରିଟି ପ୍ରତିଭାକୁ ସମ୍ମାନ ଦିଆଯିବ, କିନ୍ତୁ ଅନୁମତି ବିନା ସିଷ୍ଟମ୍ ହ୍ୟାକ୍ କରିବା କେବେ ମଧ୍ୟ ଠିକ୍ ଉପାୟ ନୁହେଁ । ଏହି ଘଟଣା ପ୍ରତିଭା ଓ ନିୟମ ମଧ୍ୟରେ ସନ୍ତୁଳନ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *