ହିଟ୍‌ମ୍ୟାନ୍‌ଙ୍କ ହିଟ୍‌ ପଦାର୍ପଣକୁ ଅପେକ୍ଷା

ସୋନି ଏଣ୍ଟରଟେନ୍‌ମେଣ୍ଟ୍‌ ଟେଲିଭିଜନ୍‌ ପକ୍ଷରୁ ପ୍ରସାରିତ ହେବାକୁ ଯାଉଥିବା ରିୟଲିଟି ସୋ ‘ଦ ରୋହିତ ଶର୍ମା’ରେ ରୋହିତ ବିଶ୍ବ ଟେଲିଭଜନ୍‌ ଦୁନିଆରେ ବି ହିଟ୍‌ କରିବେ ବୋଲି ଆଶା ରଖାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଏହାର ପ୍ରସାରଣ ଆରମ୍ଭ ହେବାର ସମ୍ଭାବନା ରହିଛି।

କ୍ରିକେଟ୍‌ ଦୁନିଆରେ ହିଟ୍‌ମ୍ୟାନ୍‌ ଭାବେ ପରିଚିତ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବେ ମନୋରଂଜନ ଦୁନିଆରେ ବି ହିଟ୍‌ ପଦାର୍ପଣ କରିବାକୁ ଯାଉଛନ୍ତି। ସୋନି ଏଣ୍ଟରଟେନ୍‌ମେଣ୍ଟ୍‌ ଟେଲିଭିଜନ୍‌ ପକ୍ଷରୁ ପ୍ରସାରିତ ହେବାକୁ ଯାଉଥିବା ରିୟଲିଟି ସୋ ‘ଦ ରୋହିତ ଶର୍ମା’ରେ ରୋହିତ ବିଶ୍ବ ଟେଲିଭଜନ୍‌ ଦୁନିଆରେ ବି ହିଟ୍‌ କରିବେ ବୋଲି ଆଶା ରଖାଯାଇଛି। ଚଳିତ ବର୍ଷ ସେପ୍ଟେମ୍ବରରେ ଏହାର ପ୍ରସାରଣ ଆରମ୍ଭ ହେବାର ସମ୍ଭାବନା ରହିଛି। ରୋହିତ ଶର୍ମାଙ୍କୁ ଏହି ନୂଆ ଭୂମିକାରେ ତାଙ୍କ ପ୍ରଶଂସକମାନେ ଦେଖିବାକୁ ମଧ୍ୟ ଏବେଠାରୁ ବ୍ୟାକୁଳ ହୋଇଗଲେଣି।

ସୋମବାର ଏହାର ପ୍ରମୋ ରିଲିଜ୍‌ ହେବା ପରେ ରୋହିତ ନିଜେ ମଧ୍ୟ ଏହାକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି। ସୋ’ ସମ୍ପର୍କରେ ବିଶେଷ ଭାବେ ଆଗୁଆ କିଛି କୁହାଯାଇନାହିଁ। ତେବେ ‘ମଞ୍ଚ ପ୍ରସ୍ତୁତ, କ୍ୟାମେରା ପ୍ରସ୍ତୁତ, ଖୁବ ଶୀଘ୍ର ଦେଖା ହେବ’ ବୋଲି ରୋହିତ ତାଙ୍କ ‌ସୋସିଆଲ୍‌ ମିଡିଆ ଶିରୋନାମାରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ରୋହିତ ଏକଦା ପଡ଼ିଆ ଭିତରେ କ୍ଷେତ୍ରରକ୍ଷକଙ୍କୁ କହିଥିବା ‘କେହି ବି ପଡ଼ିଆରେ ବୁଲିବେ ନାହିଁ’ ର ଚର୍ଚ୍ଚା ପୁଣି ଫେରିଛି। ଏଥର କେହି ଏହି ସଂଳାପ କହିବେ ନାହିଁ। ମୋତେ ଆଉ କେହି ଏହି ସଂଳାପ କହିବାକୁ ଅନୁରୋଧ ବି କରିବେ ନାହିଁ ବୋଲି ମଧ୍ୟ ରୋହିତ ଏହି ପ୍ରମୋରେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *