JEE ପାସ୍, ଫୁଲ୍-ଷ୍ଟାକ୍ ଡେଭେଲପମେଣ୍ଟରେ ଦକ୍ଷତା, ଅନେକ ପ୍ରାକ୍ଟିକାଲ୍ ପ୍ରୋଜେକ୍ଟର ଅଭିଜ୍ଞତା… ତଥାପି ଚାକିରି ନାହିଁ! NSUTର ଜଣେ ଛାତ୍ରଙ୍କ ଅନୁଭୂତିକୁ ନେଇ ଏବେ ଚର୍ଚ୍ଚାରେ ଡିଗ୍ରି ବନାମ ସ୍କିଲ୍ର ପ୍ରଶ୍ନ ।
JEE ପାସ୍, ଫୁଲ୍-ଷ୍ଟାକ୍ ଡେଭେଲପମେଣ୍ଟରେ ଦକ୍ଷତା, ଅନେକ ପ୍ରାକ୍ଟିକାଲ୍ ପ୍ରୋଜେକ୍ଟର ଅଭିଜ୍ଞତା… ତଥାପି ଚାକିରି ନାହିଁ! NSUTର ଜଣେ ଛାତ୍ରଙ୍କ ଅନୁଭୂତିକୁ ନେଇ ଏବେ ଚର୍ଚ୍ଚାରେ ଡିଗ୍ରି ବନାମ ସ୍କିଲ୍ର ପ୍ରଶ୍ନ । ନୂଆଦିଲ୍ଲୀର ନେତାଜୀ ସୁଭାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ବା NSUTର ଜଣେ ଛାତ୍ର ନିଜ ସଫ୍ଟୱେର୍ ଇଞ୍ଜିନିୟରିଂ କ୍ୟାରିୟରକୁ ନେଇ ଏକ ଅନୁଭୂତି ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଛାତ୍ରଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି କୋଡିଂ, ପ୍ରାକ୍ଟିକାଲ୍ ପ୍ରୋଜେକ୍ଟ ଓ ସଫ୍ଟୱେର୍ ଡେଭେଲପମେଣ୍ଟରେ କାମ କରିଥିଲେ ମଧ୍ୟ ଔପଚାରିକ ଡିଗ୍ରୀ ନଥିବାରୁ ଚାକିରି ପାଇବାରେ ସମସ୍ୟା ହେଉଛି । ଛାତ୍ର ଜଣକ କଲେଜ୍ ସମୟରେ କେବଳ ପାଠପଢ଼ା ଉପରେ ନୁହେଁ, ବାସ୍ତବ ଦୁନିଆର ପ୍ରୋଜେକ୍ଟ ଓ ସଫ୍ଟୱେର୍ ଇଞ୍ଜିନିୟରିଂର ପ୍ରାକ୍ଟିକାଲ୍ ସ୍କିଲ୍ ଉପରେ ଗୁରୁତ୍ୱ ଦେଇଥିବା କହିଛନ୍ତି । ତାଙ୍କ ପାଖରେ କାମର ଅଭିଜ୍ଞତା ମଧ୍ୟ ରହିଥିଲା । କିନ୍ତୁ ଚାକିରି ଓ କର୍ପୋରେଟ୍ ପ୍ଲେସମେଣ୍ଟର କଥା ଆସିବା ପରେ ଡିଗ୍ରୀ ନଥିବା ତାଙ୍କ ପାଇଁ ବଡ଼ ବାଧା ହୋଇଥିବା ସେ ଦାବି କରିଛନ୍ତି ।
ଏହି ଘଟଣା ପୁଣି ଥରେ ‘ଡିଗ୍ରୀ ନା ସ୍କିଲ୍?’ ବିତର୍କକୁ ତୀବ୍ର କରିଛି । ଟେକ୍ ଇଣ୍ଡଷ୍ଟ୍ରିରେ ପ୍ରାକ୍ଟିକାଲ୍ ଦକ୍ଷତା ଓ ଅଭିଜ୍ଞତାକୁ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଥିବା ବେଳେ, ଏହି ଛାତ୍ରଙ୍କ ଅନୁଭୂତି ଦର୍ଶାଉଛି ଯେ ଅନେକ ଚାକିରି ପ୍ରକ୍ରିୟାରେ ଔପଚାରିକ ଡିଗ୍ରୀ ଏବେ ବି ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଛାତ୍ରଙ୍କ ଅନୁଭୂତି ସାମ୍ନାକୁ ଆସିବା ପରେ ଇଞ୍ଜିନିୟରିଂ ଛାତ୍ର ଓ IT ପ୍ରଫେସନାଲ୍ଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି—ଚାକିରି ପାଇଁ କେବଳ ଡିଗ୍ରୀ ଯଥେଷ୍ଟ କି, ନା ପ୍ରାକ୍ଟିକାଲ୍ ସ୍କିଲ୍ ମଧ୍ୟ ସମାନ ଭାବେ ଜରୁରୀ? ତେବେ ଏହି ଘଟଣାର ମୁଖ୍ୟ ବାର୍ତ୍ତା ହେଉଛି—କ୍ୟାରିୟରରେ ସ୍କିଲ୍ ଓ ଅଭିଜ୍ଞତା ସହିତ ଔପଚାରିକ ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ଅବହେଳା କରିବା ଉଚିତ୍ ନୁହେଁ । ଡିଗ୍ରୀ ଓ ଦକ୍ଷତା—ଦୁଇଟିର ସନ୍ତୁଳନ ଯୁବପିଢ଼ି ପାଇଁ ଚାକିରି ବଜାରରେ ଅଧିକ ସୁଯୋଗ ତିଆରି କରିପାରେ ।

