ସାବଧାନ ରୁହନ୍ତୁ ଏହି ରାଶି : ନଭେମ୍ବର ମାସ ବେଶ ଗୁରୁତ୍ବପୂର୍ଣ୍ଣ

ନଭେମ୍ବର ୨୦୨୬ ମାସ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ନିଜ ରାଶି ଓ ଗତି ପରିବର୍ତ୍ତନ କରିବେ। ଜ୍ୟୋତିଷୀୟ ଗଣନା ଅନୁସାରେ ଏହାର ପ୍ରଭାବ ୧୨ଟି ଯାକ ରାଶି ଉପରେ ପଡ଼ିପାରେ

ନଭେମ୍ବର ୨୦୨୬ ମାସ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ମାସରେ ଅନେକ ପ୍ରମୁଖ ଗ୍ରହ ନିଜ ରାଶି ଓ ଗତି ପରିବର୍ତ୍ତନ କରିବେ। ଜ୍ୟୋତିଷୀୟ ଗଣନା ଅନୁସାରେ ଏହାର ପ୍ରଭାବ ୧୨ଟି ଯାକ ରାଶି ଉପରେ ପଡ଼ିପାରେ। କିଛି ରାଶି ପାଇଁ ଏହି ସମୟ ଲାଭଦାୟକ ରହିପାରେ, ଅନ୍ୟପଟେ କର୍କଟ, ବିଛା ଏବଂ ମୀନ ରାଶିର ଲୋକଙ୍କୁ ଚାକିରି, ଅର୍ଥ, ପରିବାର ଓ ସ୍ୱାସ୍ଥ୍ୟ ସମ୍ପର୍କିତ ବିଷୟରେ ଅଧିକ ସତର୍କ ରହିବାକୁ କୁହାଯାଇଛି।

ନଭେମ୍ବର ୬ ତାରିଖରେ ଶୁକ୍ର ବକ୍ରୀ ଅବସ୍ଥାରେ କନ୍ୟା ରାଶିରେ ପ୍ରବେଶ କରିବେ। ନଭେମ୍ବର ୧୨ରେ ମଙ୍ଗଳ କର୍କଟରୁ ସିଂହ ରାଶିକୁ ଯିବେ। ୧୩ ତାରିଖରେ ବୁଧଙ୍କ ବକ୍ରୀ ଗତି ଶେଷ ହେବ ଏବଂ ୧୪ ତାରିଖରେ ଶୁକ୍ର ମାର୍ଗୀ ହେବେ। ସେହିପରି ନଭେମ୍ବର ୧୬ରେ ସୂର୍ଯ୍ୟ ତୁଳାରୁ ବିଛା ରାଶିକୁ ପ୍ରବେଶ କରିବେ ଏବଂ ୨୨ ତାରିଖରେ ଶୁକ୍ର ପୁଣି ତୁଳା ରାଶିକୁ ଯିବେ।

କର୍କଟ ରାଶି:
କର୍କଟ ରାଶିର ଲୋକଙ୍କ ପାଇଁ ନଭେମ୍ବର ମାସରେ ପାରିବାରିକ ଜୀବନରେ କିଛି ଉତ୍‌ଥାନ-ପତନ ଦେଖାଦେଇପାରେ। ଛୋଟ କଥାକୁ ନେଇ ଘରେ ମତଭେଦ ବଢ଼ିବାର ଆଶଙ୍କା ଥିବାରୁ କଥାବାର୍ତ୍ତା ସମୟରେ ସଂଯମ ରଖିବା ଭଲ। ଘର, ଜମି କିମ୍ବା ଗାଡ଼ି କିଣିବା ଯୋଜନାରେ ବାଧା ଆସିପାରେ ବୋଲି ଜ୍ୟୋତିଷୀୟ ଆକଳନ କରାଯାଇଛି। ତେଣୁ ବଡ଼ ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗକୁ ଭଲଭାବେ ଯାଞ୍ଚ କରିବା ଉଚିତ।

ବିଛା ରାଶି:
ବିଛା ରାଶିର ଚାକିରିଆ ଲୋକଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ। କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ ଏବଂ ସରକାରୀ କିମ୍ବା ପ୍ରଶାସନିକ କାମରେ ବିଳମ୍ବ ହୋଇପାରେ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହ ଭଲ ସମନ୍ୱୟ ରଖିବା ସହ ଗୁରୁତ୍ୱପୂର୍ଣ୍ଣ କାମ ଓ ଦସ୍ତାବିଜ ପ୍ରତି ଅବହେଳା ନକରିବାକୁ ପରାମର୍ଶ ଦିଆଯାଇଛି।

ମୀନ ରାଶି:
ମୀନ ରାଶିର ଲୋକଙ୍କୁ ବିଶେଷକରି ସ୍ୱାସ୍ଥ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ସତର୍କ ହେବାକୁ କୁହାଯାଇଛି। ଅଧିକ କାମର ଚାପ ଯୋଗୁଁ କ୍ଲାନ୍ତି ଓ ଦୁର୍ବଳତା ଅନୁଭବ ହୋଇପାରେ। ଏକାସାଙ୍ଗରେ ଅନେକ ଦାୟିତ୍ୱ ନେବା ପରିବର୍ତ୍ତେ ଜରୁରୀ କାମକୁ ପ୍ରାଥମିକତା ଦେବା ଉଚିତ।

ସୂଚନା  : ତେବେ ରାଶିଫଳ ବା ଗ୍ରହଗତି ସମ୍ପର୍କିତ ଏପରି ପୂର୍ବାନୁମାନ ଜ୍ୟୋତିଷୀୟ ବିଶ୍ୱାସ ଉପରେ ଆଧାରିତ। ଜୀବନର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ, ସ୍ୱାସ୍ଥ୍ୟ କିମ୍ବା କ୍ୟାରିୟର ନିଷ୍ପତ୍ତି କେବଳ ରାଶିଫଳ ଆଧାରରେ ନନେଇ ବାସ୍ତବ ପରିସ୍ଥିତି, ତଥ୍ୟ ଏବଂ ଆବଶ୍ୟକ ହେଲେ ବିଶେଷଜ୍ଞଙ୍କ ପରାମର୍ଶକୁ ଗୁରୁତ୍ୱ ଦେବା ଭଲ।

Leave a Reply

Your email address will not be published. Required fields are marked *