ସରୁନି ଚାଷୀଙ୍କ ସମସ୍ୟା! ସର୍ଭର ସ୍ଲୋ, ଅଟକିଛି ଧାନ ପଞ୍ଜିକରଣ

ପୁରୀ ଜିଲ୍ଲା କାକଟପୁର ଅସ୍ତରଙ୍ଗ ବ୍ଲକ ରେ ୨୬ଟି ସେବା ସମବାୟ ସମିତି ରେ ଧାନ ପଞ୍ଜିକରଣ କରଣ ପାଇଁ ସର୍ଭର ସ୍ଲୋ ପାଈଁ ଚାଷୀ ପଞ୍ଜିକରଣ ନ କରି ବାରମ୍ବାର ଫେରୁଥିବା ଦେଖିବାକୁ ମିଳୁଛି ।

ଏବେ ବି ସର୍ଭର ସ୍ଲୋ। ମଣ୍ଡିରେ ଧାନ ଦେବାପାଇଁ ଚାଷୀ ପଞ୍ଜିକରଣ ହେବ କେମିତି। ପଞ୍ଚି କରଣ ନ କରି ଫେରୁଛନ୍ତି ଚାଷୀ l ପୁରୀ ଜିଲ୍ଲା କାକଟପୁର ଅସ୍ତରଙ୍ଗ ବ୍ଲକ ରେ ୨୬ଟି ସେବା ସମବାୟ ସମିତି ରେ ଧାନ ପଞ୍ଜିକରଣ କରଣ ପାଇଁ ସର୍ଭର ସ୍ଲୋ ପାଈଁ ଚାଷୀ ପଞ୍ଜିକରଣ ନ କରି ବାରମ୍ବାର ଫେରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇକି ଚାଷୀ ମହଲ ରେ ଅସନ୍ତୋଷ ଦେଖା ଦେଇଛି l ଏବେ ଚାଷୀ ଙ୍କ ଧାନ ରୁଆ ସମୟ l ଚାଷୀ ଜମି ରେ ଚାଷ କାମ ଛାଡି ସମବାୟ ସମିତି କି ଆସି ଧାନ ପଞ୍ଜିକରଣ ନ କରି ଘଣ୍ଟା ଘଣ୍ଟା ଅପେକ୍ଷା କରି ଶେଷରେ ଫେରି ଯାଉଛନ୍ତି l

ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ସେବା ସମବାୟ ସମିତି ରେ ଅନେକ ଚାଷୀ ଧାନ ପଞ୍ଜିକରଣ କରିବାକୁ ଆସି ସର୍ଭର ସ୍ଲୋ କାରଣ ରୁ ଫେରୁଛନ୍ତି l ଏବେ ସୁଦ୍ଧା ଏହି ସେବା ସମବାୟ ସମିତି ରେ 560ଜଣ ଚାଷୀ ଧାନ ପଞ୍ଜିକରଣ କରଣ କରିବାକୁ ଥିବା ବେଳେ ଆଜି ସୁଦ୍ଧା ମାତ୍ର ୨ଶହ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି l ଆଉ ତିନିଶହ ରୁ ଉର୍ଦ୍ଧ ଚାଷ ଅଛନ୍ତି l ସରକାର ଙ୍କ ପଞ୍ଜିକରଣ ପାଈଁ ଅଗଷ୍ଟ 31ତାରିଖ ଶେଷ ଥିବାବେଳେ ଅନେକ ଚାଷୀ ପଞ୍ଜିକରଣ କରଣ ରୁ ବାଦ ପଡିବା ଆଶଙ୍କା ରହିଛି l 

Leave a Reply

Your email address will not be published. Required fields are marked *