ସଂସଦର ମୌସୁମୀ ଅଧିବେଶନରେ ୧୮ତମ ଦିବସ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଙ୍ଗାମା । ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନରେ ଲାଠିଚାର୍ଜକୁ ବିରୋଧ କରି ରାହୁଲଙ୍କୁ ଜବାବ ମାଗୁଛି ବିଜେପି । ସଂସଦ ବାହାରେ ବିଜେପି ସାଂସଦଙ୍କ ନାରାବାଜି ।
ସଂସଦର ମୌସୁମୀ ଅଧିବେଶନରେ ୧୮ତମ ଦିବସ । ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଙ୍ଗାମା । ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନରେ ଲାଠିଚାର୍ଜକୁ ବିରୋଧ କରି ରାହୁଲଙ୍କୁ ଜବାବ ମାଗୁଛି ବିଜେପି । ସଂସଦ ବାହାରେ ବିଜେପି ସାଂସଦଙ୍କ ନାରାବାଜି। ସେପଟେ ଅଯୋଧ୍ୟା ଦାନ ଚୋରି, ଜନ୍ତରମନ୍ତର ଛାତ୍ରଙ୍କୁ ପେଲେଟ୍ ଗନ୍ ମାଡ଼ ନେଇ ବିରୋଧୀଙ୍କ ବିକ୍ଷୋଭ । ଏଭଳି ପ୍ରତିବାଦ ଭିତରେ ସ୍ବାଭାବିକ ଭାବେ ଚାଲିପାରୁନି ସଂସଦ କାର୍ଯ୍ୟ । ବିଡ଼ମ୍ବନାର ବିଷୟ ନେତା, ସାଂସଦଙ୍କ ହଙ୍ଗାମା ଭିତରେ ସ୍ବାଭାବିକ ଭାବେ ଗୃହକାର୍ଯ୍ୟ ଚାଲିପାରୁନି ।
ଗତ ୧୭ ଦିନରେ ଲୋକସଭାରେ ମାତ୍ର ୧୬ ଘଣ୍ଟା ୧୨ ମିନିଟ୍ ଚାଲିଛି ଗୃହ । ସାଢ଼େ ୨୮ ଘଣ୍ଟା ଚାଲିଛି ରାଜ୍ୟସଭା । ନିର୍ଦ୍ଧାରିତ ସମୟ ଠାରୁ ଖୁବ୍ କମ୍ ସମୟ ହିଁ ଚାଲିଛି ଗୃହ । ବାରମ୍ବାର ହଙ୍ଗାମା, ନାରାବାଜି ପାଇଁ ଚାଲିପାରୁନି ସଂସଦ । ଆଜି ଝାଡ଼ଖଣ୍ଡ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଛି ବିଜେପି । ସେପଟେ ବିରୋଧୀ ମଧ୍ୟ ବିଭିନ୍ନ ଦାବି ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ।

