ଲୋକଙ୍କ ଉପରକୁ ମାଡ଼ିଗଲା ଡମ୍ଫର ; ୨ ମୃତ , ୫ ଗୁରୁତର

ଉଦ୍ଧାର କାମ ଚାଲିଥିଲା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର।  ଦୁର୍ଘଟଣାରେ ୨ ମୃତ, ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମ୍ୟାନ୍ ଥିଲେ । ସୂଚନା ଅନୁସାରେ, ପାଲବଣିରେ ଏକ କାଠ ବୋଝେଇ ଟାଟା ଏସି ଓଲଟିପଡ଼ିଥିଲା । ଉଦ୍ଧାର ପାଇଁ କାମ ଚାଲିଥିଲା । କିଛି ଗଣମାଧ୍ୟମ ଖବର ସଂଗ୍ରହ କରୁଥିଲେ । ଏହି ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ଆସି ମାଡ଼ିଯାଇଥିଲା ।

ବାରିପଦା ପାଲବଣିରେ ମର୍ମନ୍ତୁଦ ଦୁର୍ଘଟଣା । ଉଦ୍ଧାର କାମ ଚାଲିଥିଲା ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଡମ୍ପର।  ଦୁର୍ଘଟଣାରେ ୨ ମୃତ, ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୩ଜଣ ବୈଦ୍ୟୁତିକ ଗଣମାଧ୍ୟମର କ୍ୟାମେରାମ୍ୟାନ୍ ଥିଲେ । ସୂଚନା ଅନୁସାରେ, ପାଲବଣିରେ ଏକ କାଠ ବୋଝେଇ ଟାଟା ଏସି ଓଲଟିପଡ଼ିଥିଲା । ଉଦ୍ଧାର ପାଇଁ କାମ ଚାଲିଥିଲା । କିଛି ଗଣମାଧ୍ୟମ ଖବର ସଂଗ୍ରହ କରୁଥିଲେ ।

ଏହି ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ଆସି ମାଡ଼ିଯାଇଥିଲା । ଉପସ୍ଥିତ ଥିବା ଲୋକେ ଏତେତେଣେ ଛିନଛତର ହୋଇଯାଇଥିଲେ । ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ଅଛନ୍ତି । ସମସ୍ତଙ୍କୁ ବାରିପଦା ରଙ୍ଗାମାଟିଆ ସ୍ଥିତ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । 

Leave a Reply

Your email address will not be published. Required fields are marked *