ରାଜ ଠାକରେଙ୍କୁ ନେଇ ରିଲ୍‌ ପଡ଼ିଲା ମହଙ୍ଗା! ଇନ୍‌ଫ୍ଲୁଏନ୍ସରଙ୍କୁ କ୍ଷମା ମଗାଇଲେ MNS କର୍ମୀ

ରିଲ୍‌ରେ ରାଜ ଠାକରେଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ । ଏହାକୁ ନେଇ ମହାରାଷ୍ଟ୍ରର ପୁଣେରେ ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ଅପମାନଜନକ ଭାବେ କ୍ଷମା ମଗାଇବା ଘଟଣା ସାମ୍ନାକୁ ଆସିଛି ।

 ରିଲ୍‌ରେ ରାଜ ଠାକରେଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଅଭିଯୋଗ । ଏହାକୁ ନେଇ ମହାରାଷ୍ଟ୍ରର ପୁଣେରେ ଜଣେ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସରଙ୍କୁ ଦଳୀୟ କର୍ମୀଙ୍କ ଦ୍ୱାରା ଅପମାନଜନକ ଭାବେ କ୍ଷମା ମଗାଇବା ଘଟଣା ସାମ୍ନାକୁ ଆସିଛି । ପୁଣେର ଇନ୍‌ଫ୍ଲୁଏନ୍ସର ମହେଶ ମୋଟେ ମହାରାଷ୍ଟ୍ର ନବନିର୍ମାଣ ସେନା ବା MNS ମୁଖ୍ୟ ରାଜ ଠାକରେଙ୍କୁ ନେଇ ବ୍ୟକ୍ତିଗତ ଓ ଆପତ୍ତିଜନକ ଟିପ୍ପଣୀ ଥିବା ରିଲ୍‌ କରିଥିବା ଅଭିଯୋଗ ହୋଇଛି । ଏହା ପରେ MNS କର୍ମୀମାନେ ତାଙ୍କୁ ଧରି ଦଳୀୟ କାର୍ଯ୍ୟାଳୟକୁ ନେଇଥିବା ଦଳୀୟ ନେତାମାନେ କହିଛନ୍ତି ।

ଭାଇରାଲ୍ ହେଉଥିବା ଭିଡିଓରେ ମହେଶଙ୍କୁ ରାଜ ଠାକରେଙ୍କ ଫଟୋ ସମ୍ମୁଖରେ ମୁଣ୍ଡ ନୁଆଇ କ୍ଷମା ମାଗୁଥିବା ଦେଖିବାକୁ ମିଳୁଛି । ଏହା ସହ ତାଙ୍କ ମୁହଁରେ କଳା କାଳି ବୋଳାଯାଇଥିବା ଏବଂ ମୁଣ୍ଡ ଉପରେ ଚପଲ ରଖି ଉଠବସ୍‌ କରାଯାଉଥିବା ମଧ୍ୟ ଭିଡିଓରେ ଦେଖାଯାଉଛି । MNS ପୁଣେ ସହର ସଭାପତି ସାଇନାଥ ବାବରଙ୍କ କହିବା ଅନୁସାରେ, ମହେଶ ମୋଟେ ରାଜ ଠାକରେଙ୍କୁ ନେଇ ଆପତ୍ତିଜନକ ରିଲ୍‌ ଓ ବ୍ୟକ୍ତିଗତ ମନ୍ତବ୍ୟ କରିଥିଲେ । ତେବେ ମହେଶ କେଉଁ ନିର୍ଦ୍ଦିଷ୍ଟ ମନ୍ତବ୍ୟ କରିଥିଲେ, ସେନେଇ ଦଳ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇନାହିଁ ।

ଘଟଣାକୁ ନେଇ ଏପର୍ଯ୍ୟନ୍ତ କୌଣସି ପୋଲିସ୍ ଅଭିଯୋଗ ହୋଇନଥିବା ଜଣାପଡ଼ିଛି । ତେବେ ଜଣେ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ ଏଭଳି ଦଣ୍ଡ ଦିଆଯିବାର ଭିଡିଓ ଭାଇରାଲ୍ ହେବା ପରେ ଘଟଣାଟି ଚର୍ଚ୍ଚାରେ ରହିଛି ।

Leave a Reply

Your email address will not be published. Required fields are marked *