ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଆମେରିକା ଓ ଇରାନ ରାଜି ହୋଇଛନ୍ତି । ୧୪ ସୂତ୍ରୀ ଶାନ୍ତି ଚୁକ୍ତି ପାଇଁ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି । ଟ୍ରମ୍ପ ଲେଖିଛନ୍ତି ଇରାନ୍ ସହିତ ଚୁକ୍ତି ସମ୍ପୂର୍ଣ୍ଣ ହୋଇଛି ।
ପଶ୍ଚିମ ଏସିଆରେ ଥମିବ ଯୁଦ୍ଧ । ଖୋଲିବ ଷ୍ଟ୍ରେଟ୍ ଅଫ ହର୍ମୁଜ । ଇରାନ ସହ ଶାନ୍ତି ଚୁକ୍ତି ସଂପୂର୍ଣ୍ଣ ହୋଇଥିବା ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ସେପଟେ ଆମେରିକା ସହ ଶାନ୍ତି ପ୍ରସ୍ତାବକୁ ନେଇ ଇରାନରେ ତୀବ୍ର ବିରୋଧ ଦେଖିବାକୁ ମିଳିଛି ।
ପଶ୍ଚିମ ଏସିଆରେ ଯୁଦ୍ଧ ବନ୍ଦ କରିବାକୁ ଉଭୟ ଆମେରିକା ଓ ଇରାନ ରାଜି ହୋଇଛନ୍ତି । ୧୪ ସୂତ୍ରୀ ଶାନ୍ତି ଚୁକ୍ତି ପାଇଁ ଦୁଇ ରାଷ୍ଟ୍ର ରାଜି ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି । ଟ୍ରମ୍ପ ଲେଖିଛନ୍ତି ଇରାନ୍ ସହିତ ଚୁକ୍ତି ସମ୍ପୂର୍ଣ୍ଣ ହୋଇଛି । ସେପଟେ ଇରାନ ବିଦେଶ ମନ୍ତ୍ରୀ ମଧ୍ୟ ଶାନ୍ତି ଚୁକ୍ତି ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ଆଗାମୀ ୧୯ ତାରିଖରେ ଦୁଇ ରାଷ୍ଟ୍ରମଧ୍ୟରେ ଆନୁଷ୍ଠାନିକ ଭାବେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବା ନେଇ ସୂଚନା ମିଳିଛି । ବିଭିନ୍ନ ରାଷ୍ଟ୍ର ଏହାକୁ ସ୍ୱାଗତ କରୁଥିବା ବେଳେ ଇରାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ହାତରେ ଲାଲ ପତାକା ଧରି ରାଜରାସ୍ତାକୁ ଓହ୍ଲାଇ ଇରାନବାସୀ ବିରୋଧ କରିବା ସହ ବିଦେଶ ମନ୍ତ୍ରୀ ଆରାଘାଚୀଙ୍କ ବିରୋଧରେ ନାରବାଜି କରିଛନ୍ତି ।
ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଶାନ୍ତି ଚୁକ୍ତି ସ୍ୱାକ୍ଷର ଉଦ୍ୟମ । ଅନ୍ୟପଟେ ଚୁକ୍ତିକୁ ମାନିବାକୁ ମନା କରିଛି ଇସ୍ରାଏଲ । ପ୍ରତିରକ୍ଷା ମନ୍ତ୍ରୀ ଇତମାର ବେନଗ୍ୱିର କହିଛନ୍ତି, ଆମେ ଆମେରିକାର ଗୋଲାମ ନୁହଁ । ଇସ୍ରାଏଲ ଏକ ସ୍ୱାଧୀନ ଦେଶ ଓ ଟ୍ରମ୍ପ କରିଥିବା ଶାନ୍ତି ଚୁକ୍ତି ଇସ୍ରାଏଲ ଉପରେ ଲାଗୁ ହେବନାହିଁ । ସେପଟେ ଲେବାନନ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି ଇସ୍ରାଏଲ ସେନା । ବେରୁତର ଦାହିୟେ ଅଞ୍ଚଳର ଏକ ଅଟ୍ଟାଳିକାକୁ ହିଜବୁଲ୍ଲା ହେଡକ୍ୱାର୍ଟର କହି ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି । କୋଠାରେ ଭୟଙ୍କର ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଇସ୍ରାଏଲର ଏଭଳି ଆକ୍ରମଣ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ଆଣିବାକୁ ହେଉଥିବା ଉଦ୍ୟମ ଉପରେ ବଡ଼ ବିପଦ ସୃଷ୍ଟି କରିଛି ।
ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବାକୁ ଆସନ୍ତା ୧୯ ତାରିଖରେ ସ୍ୱିଜରଲାଣ୍ଡର ଜେନେଭା ଠାରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହେବ । ଦୀର୍ଘ ୪୭ବର୍ଷ ପରେ ତେହେରାନ ଓ ୱାଶିଂଟନ ମଧ୍ୟରେ ଏହା ପ୍ରଥମ ବୈଠକ ହେବାକୁ ଯାଇଛି ।

