ମଧ୍ୟପ୍ରଦେଶରେ ବଢ଼ୁଛି ମଣିଷ-ବନ୍ୟଜନ୍ତୁ ସଂଘର୍ଷ ; ୮ ମାସରେ ଗଲାଣି ୫୦ ଜୀବନ

ମଧ୍ୟପ୍ରଦେଶ ବନ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ବାଘ ଆକ୍ରମଣରେ ସବୁଠାରୁ ଅଧିକ ମଣିଷଙ୍କ ଜୀବନ ଯାଇଛି। ମୋଟ ୫୦ଟି ମୃତ୍ୟୁ ମଧ୍ୟରୁ ବାଘ ଆକ୍ରମଣରେ ୨୨ ଜଣ, ବରାହ ଆକ୍ରମଣରେ ୮ ଜଣ, ହାତୀ ଆକ୍ରମଣରେ ୭ ଜଣ, ଭାଲୁ ଆକ୍ରମଣରେ ୪ ଜଣ ଏବଂ କଲରାପତରିଆ ବାଘ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି।

ମଧ୍ୟପ୍ରଦେଶ, ଯାହାକୁ ଦେଶର ‘ଟାଇଗର ଷ୍ଟେଟ୍’ କୁହାଯାଏ ଏବଂ ଯେଉଁଠି ବନ୍ୟଜନ୍ତୁଙ୍କ ସଂଖ୍ୟା ସବୁବେଳେ ଗର୍ବର ବିଷୟ ହୋଇଥାଏ, ସେଠାରେ ଏବେ ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ବନ୍ୟଜନ୍ତୁ ସଂରକ୍ଷଣର ସଫଳତା ପଛରେ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ଏକ ବଡ଼ ସଙ୍କଟ ଭାବେ ଉଭା ହୋଇଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫ରୁ ଅଧିକ ବାଘ ମଧ୍ୟ ପ୍ରାଣ ହରାଇଛନ୍ତି ।

ମଧ୍ୟପ୍ରଦେଶ ବନ ବିଭାଗର ପରିସଂଖ୍ୟାନ ଅନୁଯାୟୀ, ଚଳିତ ବର୍ଷ ବାଘ ଆକ୍ରମଣରେ ସବୁଠାରୁ ଅଧିକ ମଣିଷଙ୍କ ଜୀବନ ଯାଇଛି। ମୋଟ ୫୦ଟି ମୃତ୍ୟୁ ମଧ୍ୟରୁ ବାଘ ଆକ୍ରମଣରେ ୨୨ ଜଣ, ବରାହ ଆକ୍ରମଣରେ ୮ ଜଣ, ହାତୀ ଆକ୍ରମଣରେ ୭ ଜଣ, ଭାଲୁ ଆକ୍ରମଣରେ ୪ ଜଣ ଏବଂ କଲରାପତରିଆ ବାଘ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ଗୋଟିଏ ପଟେ ବାଘ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସେମାନଙ୍କ ପାଇଁ ସୁରକ୍ଷିତ ଚଳପ୍ରଚଳ ନିମନ୍ତେ ସ୍ଥାନର ଅଭାବ ଏହି ସଂଘର୍ଷର ମୁଖ୍ୟ କାରଣ ପାଲଟିଛି। ବିଶେଷ କରି ମାର୍ଚ୍ଚରୁ ମେ ମାସ ମଧ୍ୟରେ ସବୁଠାରୁ ଅଧିକ ମୃତ୍ୟୁ ଘଟିଛି, କାରଣ ଏହି ସମୟରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ କେନ୍ଦୁପତ୍ର ଏବଂ ମହୁଲ ଫୁଲ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥାଆନ୍ତି ।

ଅନ୍ୟପଟେ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ ଏହି ସମୟ ଘାତକ ସାବ୍ୟସ୍ତ ହୋଇଛି। ଗତ ୮ ମାସ ମଧ୍ୟରେ ୪୫ରୁ ଅଧିକ ବାଘଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପଛରେ ପ୍ରାକୃତିକ କାରଣ, ନିଜ ନିଜ ମଧ୍ୟରେ ଲଢ଼େଇ, ରୋଗ ଏବଂ ବାର୍ଦ୍ଧକ୍ୟ ରହିଥିବା ବେଳେ ସଡ଼କ ଓ ରେଳ ଦୁର୍ଘଟଣା, ବିଦ୍ୟୁତ୍ ଆଘାତ, ବିଷ ପ୍ରୟୋଗ ଏବଂ ଶିକାର ଭଳି କାରଣ ମଧ୍ୟ ଦାୟୀ ବୋଲି ଜଣାପଡ଼ିଛି ।

ଗତ କିଛି ବର୍ଷର ତଥ୍ୟକୁ ଦେଖିଲେ ଏହି ସମସ୍ୟା ଆହୁରି ଗମ୍ଭୀର ମନେହୁଏ। ୨୦୨୦-୨୧ରୁ ୨୦label୪-୨୫ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ମୋଟ ୪୦୬ ଜଣ ପ୍ରାଣ ହରାଇଥିବା ବେଳେ ୫,୮୦୪ ଜଣ ଆହତ ହୋଇଛନ୍ତି। ଏହି ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୭୨,୬୨୭ଟି ଗୋରୁଗାଈଙ୍କ ମୃତ୍ୟୁ ମାମଲା ମଧ୍ୟ ପଞ୍ଜିକୃତ ହୋଇଛି। ଏହି କ୍ଷତିପୂରଣ ବାବଦରେ ସରକାରଙ୍କ ପକ୍ଷରୁ ମୋଟ ୮୮ କୋଟି ୩୮ ଲକ୍ଷ ଟଙ୍କାରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି। କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ୨୦ କୋଟି ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ବନ୍ୟଜନ୍ତୁ ଏବଂ ମଣିଷଙ୍କ ମଧ୍ୟରେ ବଢୁଥିବା ଏହି ଦୂରତ୍ୱ ଓ ସଂଘର୍ଷକୁ ରୋକିବା ଏବେ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି ।

Leave a Reply

Your email address will not be published. Required fields are marked *