ଭାରତ-ବାଂଲାଦେଶ ସୀମାରୁ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ଗିରଫ , ISI ଲିଙ୍କ୍ ଅଭିଯୋଗ

ବାଂଲାଦେଶ ସୀମାରୁ ଗୁପ୍ତଚର ଗିରଫ, ପାକିସ୍ତାନ ପାଇଁ କରୁଥିଲା କାମ, ଭାରତକୁ ପଠାଇଥିଲା ISI । ପଶ୍ଚିମବଙ୍ଗ ଏସଟିଏଫ୍ ବୁଧବାର ଭାରତ-ବାଂଲାଦେଶ ସୀମାରୁ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ରାଣା ରୌଫଙ୍କୁ ଗିରଫ କରିଛି ।

ବାଂଲାଦେଶ ସୀମାରୁ ଗୁପ୍ତଚର ଗିରଫ, ପାକିସ୍ତାନ ପାଇଁ କରୁଥିଲା କାମ, ଭାରତକୁ ପଠାଇଥିଲା ISI । ପଶ୍ଚିମବଙ୍ଗ ଏସଟିଏଫ୍ ବୁଧବାର ଭାରତ-ବାଂଲାଦେଶ ସୀମାରୁ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ରାଣା ରୌଫଙ୍କୁ ଗିରଫ କରିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ତା ସଂପର୍କ ଥିବା କୁହାଯାଉଛି । ଏସଟିଏଫ୍ ଅନୁସାରେ, ରୌଫ୍ ମୂଳତଃ ପାକିସ୍ତାନ ଫେସଲାବାଦର ବାସିନ୍ଦା । ନେପାଳରେ ସେ କୋଲକାତାର ଜଣେ ବଢ଼େଇଙ୍କୁ ଭେଟିଥିଲା। ବଢ଼େଇଜଣକ ତା ଲାଗି ଭୋଟର କାର୍ଡ ଏବଂ ଆଧାର କାର୍ଡ ସମେତ ଜାଲ୍ ଭାରତୀୟ ଦସ୍ତାବିଜ ପ୍ରସ୍ତୁତ କରାଇଥିଲେ ।

ଏହାପରେ ୨୦୧୨ରେ ରୌଫ୍ ନେପାଳ ରାସ୍ତା ଦେଇ ଭାରତ ଆସିଥିଲା। ପଶ୍ଚିମବଙ୍ଗ ଉତ୍କ ଚବିଶ ପ୍ରଗଣାର ବଙ୍ଗାଓଁରେ ବହାବ ଆଲମ ନାଁରେ ରହୁଥିଲା । ରୌଫ  ସଂପର୍କରେ ସୂଚନା ପାଇବା ପରେ ଏସଟିଏଫ୍ ପକ୍ଷରୁ ତଲାସୀ ଅଭିଯାନ ଚଳାଯାଇ ତାଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ରୌଫ୍ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନ ପଠାଇଥିବା ଜଣାପଡ଼ିଛି । ସେ ମଧ୍ୟ ବିଭିନ୍ନ ଟ୍ରେନ୍ର ଗତିବିଧି ସଂପର୍କିତ ତଥ୍ୟ ଏକତ୍ରିତ କରୁଥିଲା । ଏହାପୂର୍ବରୁ ମଙ୍ଗଳବାର ଏସଟିଏଫ୍ ଗେପାସିୟାରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । 

Leave a Reply

Your email address will not be published. Required fields are marked *