ବ୍ୟାରନ୍ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର! ‘ମିଛ’ କହି ଖଣ୍ଡନ କଲେ ଇରାନର ସୁରକ୍ଷା ପ୍ରମୁଖ

ବ୍ୟାରନ୍ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ରିପୋର୍ଟକୁ ନେଇ ତେଜିଲା ଚର୍ଚ୍ଚା  । ରିପୋର୍ଟକୁ ‘ମିଛ’ ଓ ‘ଭିତ୍ତିହୀନ’ କହି ସମ୍ପୂର୍ଣ୍ଣ ଖଣ୍ଡନ କଲେ ଇରାନର ସୁରକ୍ଷା ପ୍ରମୁଖ ମୋହସେନ ରେଜାଇ ।

ବ୍ୟାରନ୍ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ରିପୋର୍ଟକୁ ନେଇ ତେଜିଲା ଚର୍ଚ୍ଚା  । ରିପୋର୍ଟକୁ ‘ମିଛ’ ଓ ‘ଭିତ୍ତିହୀନ’ କହି ସମ୍ପୂର୍ଣ୍ଣ ଖଣ୍ଡନ କଲେ ଇରାନର ସୁରକ୍ଷା ପ୍ରମୁଖ ମୋହସେନ ରେଜାଇ । ଅନ୍ୟପଟେ ଘଟଣା ଉପରେ ଆମେରିକା ସିକ୍ରେଟ୍ ସର୍ଭିସ୍‌ର ତୀକ୍ଷ୍ଣ ନଜର । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନପୁଅ ବ୍ୟାରନ୍ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ସମ୍ଭାବ୍ୟ ଷଡ଼ଯନ୍ତ୍ର ରଚାଯାଉଥିବା ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା। ଏହି ରିପୋର୍ଟକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଚର୍ଚ୍ଚା ତୀବ୍ର ହୋଇଛି ।

ଗୁରୁବାର ଲେବାନନର ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଇରାନର ସୁରକ୍ଷା ପ୍ରମୁଖ ମୋହସେନ ରେଜାଇ କହିଛନ୍ତି ଯେ, ବ୍ୟାରନ୍ ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ସମ୍ପର୍କିତ ରିପୋର୍ଟ ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ । ସେ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି । ତେବେ ଏହି ବିବାଦର ଆରମ୍ଭ ହୋଇଥିଲା ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏକ ଭିଡିଓକୁ ନେଇ । ଏହି ଭିଡିଓରେ ବ୍ୟାରନ୍ ଟ୍ରମ୍ପଙ୍କୁ ହତ୍ୟା କରିବାର ସମ୍ଭାବ୍ୟ ଷଡ଼ଯନ୍ତ୍ର ସମ୍ପର୍କରେ ଦାବି କରାଯାଇଥିବା ସୂଚନା ମିଳିଥିଲା ।

ଏହି ଭିଡିଓ ସମ୍ପର୍କରେ ଆମେରିକା ସିକ୍ରେଟ୍ ସର୍ଭିସ୍ ମଧ୍ୟ ଅବଗତ ଥିବା କହିଥିଲା । ଘଟଣା ଉପରେ କଡ଼ା ନଜର ରଖାଯାଇଛି ବୋଲି ମଙ୍ଗଳବାର ସିକ୍ରେଟ୍ ସର୍ଭିସ୍ ପକ୍ଷରୁ କୁହାଯାଇଥିଲା । ଅର୍ଥାତ୍ ଗୋଟିଏପଟେ ବ୍ୟାରନ୍ ଟ୍ରମ୍ପଙ୍କୁ ନେଇ ହତ୍ୟା ଷଡ଼ଯନ୍ତ୍ରର ରିପୋର୍ଟ, ଅନ୍ୟପଟେ ଇରାନ ପକ୍ଷରୁ ତାହାକୁ ସିଧାସଳଖ ଖଣ୍ଡନ । ଏହାରି ଭିତରେ ଆମେରିକା ସିକ୍ରେଟ୍ ସର୍ଭିସ୍‌ର ନଜର ରହିବା ଘଟଣାକୁ ଆହୁରି ଗୁରୁତ୍ୱ ଦେଇଛି ।

Leave a Reply

Your email address will not be published. Required fields are marked *