ବିଶ୍ୱକପ୍ ସ୍ୱପ୍ନରେ ବାଧା କେଉଁଠି? ଫୁଟବଲ୍‌ରେ କାହିଁକି ପଛରେ ଭାରତ

ଫୁଟବଲ୍‌… ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ । ଯେଉଁଠି ବ୍ରାଜିଲ୍, ଆର୍ଜେଣ୍ଟିନା ଓ ୟୁରୋପୀୟ ଦେଶଗୁଡ଼ିକ ଫୁଟବଲ୍‌ରେ ରାଜ କରୁଛନ୍ତି, ସେଠି ଭାରତ ଏବେ ବି ବିଶ୍ୱସ୍ତରରେ ପଛରେ ରହିଛି । ଭାରତରେ ଫୁଟବଲ୍‌ର ଅଭାବ ନାହିଁ ପ୍ରତିଭାର, କିନ୍ତୁ ଠିକ୍ ସମୟରେ ଠିକ୍ ପ୍ରଶିକ୍ଷଣ ନ ମିଳିବା ଏହାର ବଡ଼ କାରଣ ହୋଇଛି ।

ଫୁଟବଲ୍‌… ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ । ଯେଉଁଠି ବ୍ରାଜିଲ୍, ଆର୍ଜେଣ୍ଟିନା ଓ ୟୁରୋପୀୟ ଦେଶଗୁଡ଼ିକ ଫୁଟବଲ୍‌ରେ ରାଜ କରୁଛନ୍ତି, ସେଠି ଭାରତ ଏବେ ବି ବିଶ୍ୱସ୍ତରରେ ପଛରେ ରହିଛି । ଭାରତରେ ଫୁଟବଲ୍‌ର ଅଭାବ ନାହିଁ ପ୍ରତିଭାର, କିନ୍ତୁ ଠିକ୍ ସମୟରେ ଠିକ୍ ପ୍ରଶିକ୍ଷଣ ନ ମିଳିବା ଏହାର ବଡ଼ କାରଣ ହୋଇଛି ।

ପ୍ରଥମ କାରଣ: ତୃଣମୂଳ ସ୍ତରରେ ପ୍ରଶିକ୍ଷଣର ଅଭାବ
ବ୍ରାଜିଲ୍, ଆର୍ଜେଣ୍ଟିନା କିମ୍ବା ୟୁରୋପର ଦେଶଗୁଡ଼ିକରେ ପିଲାମାନେ ୫ରୁ ୬ ବର୍ଷ ବୟସରୁ ପ୍ରଫେସନାଲ୍ ଏକାଡେମୀରେ ଫୁଟବଲ୍ ଟ୍ରେନିଂ ନେବା ଆରମ୍ଭ କରନ୍ତି କିନ୍ତୁ ଭାରତରେ ଅଧିକାଂଶ ଖେଳାଳି ୧୪ରୁ ୧୫ ବର୍ଷ ବୟସ ପରେ ଫୁଟବଲ୍‌କୁ ଗମ୍ଭୀର ଭାବେ ନେଇଥାନ୍ତି । ଏହା ଫଳରେ ଛୋଟ ବୟସରୁ ଆବଶ୍ୟକୀୟ ବୈଷୟିକ ଦକ୍ଷତା ଓ ଖେଳର ମୂଳ ଧାରଣା ମଜବୁତ ହୋଇପାରେ ନାହିଁ ।

ଦ୍ୱିତୀୟ କାରଣ: ଏସିଆରେ କଠିନ ପ୍ରତିଦ୍ୱନ୍ଦ୍ୱିତା
ବିଶ୍ୱକପ୍‌କୁ ଯିବା ପାଇଁ ଭାରତକୁ ପ୍ରଥମେ ଏସିଆର ଶକ୍ତିଶାଳୀ ଦଳଗୁଡ଼ିକ ସହ ଲଢ଼ିବାକୁ ପଡ଼େ । ଜାପାନ, ଦକ୍ଷିଣ କୋରିଆ, ଇରାନ, ସାଉଦି ଆରବ ଓ ଅଷ୍ଟ୍ରେଲିଆ ଭଳି ଦଳ ଏସିଆରେ ନିଜର ଦବଦବା ରଖିଛନ୍ତି । ଭାରତ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ମଧ୍ୟ ନିୟମିତ ସଫଳତା ହାସଲ କରିପାରିନାହିଁ । ଫିଫା ର୍ୟାଙ୍କିଙ୍ଗରେ ମଧ୍ୟ ଭାରତ ପଛରେ ରହିଛି ।

ତୃତୀୟ କାରଣ: ବିଦେଶୀ ଭାରତୀୟ ପ୍ରତିଭାର ସୀମିତ ବ୍ୟବହାର
ଅନେକ ଦେଶ ବିଦେଶରେ ରହୁଥିବା ନିଜ ବଂଶୋଦ୍ଭବ ଖେଳାଳିଙ୍କୁ ଜାତୀୟ ଦଳରେ ସାମିଲ କରିଥାନ୍ତି କିନ୍ତୁ ଭାରତର ଦ୍ୱିତୀୟ ନାଗରିକତ୍ୱ ନିୟମ ନଥିବାରୁ ବିଦେଶରେ ଖେଳୁଥିବା ଅନେକ ଭାରତୀୟ ବଂଶୋଦ୍ଭବ ଖେଳାଳି ଭାରତ ପାଇଁ ଖେଳିବାର ସୁଯୋଗ ପାଇନଥାନ୍ତି ।

ଚତୁର୍ଥ କାରଣ: ଭିତ୍ତିଭୂମି ଓ ଅର୍ଥର ଅଭାବ
କ୍ରିକେଟ୍ ଭଳି ଫୁଟବଲ୍‌କୁ ସେହି ପରିମାଣର ଆର୍ଥିକ ସମର୍ଥନ ମିଳୁନାହିଁ । ଇଣ୍ଡିଆନ୍ ସୁପର ଲିଗ୍ ଆସିବା ପରେ ପରିସ୍ଥିତିରେ ସୁଧାର ହୋଇଛି, କିନ୍ତୁ ଏବେ ବି ଅନେକ ସ୍ଥାନରେ ଭଲ ଫୁଟବଲ୍ ଗ୍ରାଉଣ୍ଡ, ଆଧୁନିକ ଟ୍ରେନିଂ ସେଣ୍ଟର ଓ ମେଡିକାଲ୍ ସୁବିଧାର ଅଭାବ ରହିଛି ।

ପଞ୍ଚମ କାରଣ: କ୍ରିକେଟ୍‌ର ପ୍ରଭାବ
ଭାରତରେ କ୍ରିକେଟ୍ କେବଳ ଖେଳ ନୁହେଁ, ଏକ ଭାବନା । ଅଧିକ ମିଡିଆ କଭରେଜ୍, ଅଧିକ ଆର୍ଥିକ ସୁଯୋଗ ଓ କ୍ୟାରିୟର ସୁରକ୍ଷା ଯୋଗୁଁ ଅନେକ ପ୍ରତିଭାବାନ ଯୁବକ ଫୁଟବଲ୍ ବଦଳରେ କ୍ରିକେଟ୍‌କୁ ବାଛନ୍ତି ।

ଭାରତୀୟ ଫୁଟବଲ୍‌ର ଭବିଷ୍ୟତ
ବିଶ୍ୱକପ୍‌ରେ ଏବେ ଦଳ ସଂଖ୍ୟା ବଢ଼ିଛି । ଏହା ଏସିଆର ଦଳଗୁଡ଼ିକ ପାଇଁ ଅଧିକ ସୁଯୋଗ ଆଣିଛି । ଯଦି ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ ତୃଣମୂଳ ସ୍ତରରୁ ପ୍ରତିଭା ଖୋଜି ସେମାନଙ୍କୁ ଦୀର୍ଘମିଆଦି ପ୍ରଶିକ୍ଷଣ ଓ ଆଧୁନିକ ସୁବିଧା ଯୋଗାଇପାରେ, ତେବେ ଭବିଷ୍ୟତରେ ଭାରତୀୟ ଫୁଟବଲ୍ ବିଶ୍ୱ ମଞ୍ଚରେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିବ ।

Leave a Reply

Your email address will not be published. Required fields are marked *