ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ନିକଟ ମହାନଦୀ କୂଳରେ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ମହାନଦୀର ପ୍ରବାହରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରାଯାଉଛି ।
ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ନିକଟ ମହାନଦୀ କୂଳରେ ଏକ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ମହାନଦୀର ପ୍ରବାହରେ ଭାସି ଆସି କୂଳରେ ଲାଗିଥିବା ସନ୍ଦେହ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ଗ୍ରାମବାସୀମାନେ ନଦୀରେ ସ୍ନାନ କରିବାକୁ ଯାଇଥିବା ସମୟରେ ଏହି ମୃତଦେହକୁ ଠାବ କରିଥିଲେ । ତା’ପରେ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା ।
ସୂଚନା ପାଇ ବାଙ୍କୀ ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

