ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପରାଜୟ ପରେ ଇଂଲଣ୍ଡ ଦଳରେ କେତେକ ପରିବର୍ତ୍ତନ କରାଯାଇଛି। ଅଧିନାୟକ ପଦକୁ ପୁଣି ଫେରିଛନ୍ତି ବେନ୍ ଷ୍ଟୋକ୍ସ। ଏହା ସହିତ ଦ୍ରୁତ ବୋଲର୍ ଗସ୍ ଅଟକିନ୍ସନ ବି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ପରାଜୟ ପରେ ଇଂଲଣ୍ଡ ଦଳରେ କେତେକ ପରିବର୍ତ୍ତନ କରାଯାଇଛି। ଅଧିନାୟକ ପଦକୁ ପୁଣି ଫେରିଛନ୍ତି ବେନ୍ ଷ୍ଟୋକ୍ସ। ଏହା ସହିତ ଦ୍ରୁତ ବୋଲର୍ ଗସ୍ ଅଟକିନ୍ସନ ବି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନାଇଟ୍ କ୍ଲବ୍ ବିବାଦ ପରେ ଉଭୟଙ୍କୁ କିଛିଦିନ ଲାଗି ଦଳରୁ ଦୂରେଇ ରଖାଯାଇଥିଲା। ଦଳରୁ ସାମୟିକ ସମୟ ପାଇଁ ବାଦ୍ ପଡ଼ିବା ପରେ ଷ୍ଟୋକ୍ସ ଡରହାମ୍ ପକ୍ଷରୁ କାଉଣ୍ଟି କ୍ରିକେଟ୍ ଖେଳୁଥିଲେ। ଏହି ପ୍ରତିଯୋଗିତାରେ ନର୍ଥହାମ୍ପଟନସାୟାର ବିପକ୍ଷ ମ୍ୟାଚ୍ରେ ସେ ୧୧୮ ବଲ୍ରୁ ୯୫ ରନ୍ କରି ଇସିବିର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଇସିବିର ଅନୁରୋଧକ୍ରମେ ସେ ଅଧାରୁ କାଉଣ୍ଟି କ୍ରିକେଟ୍ରୁ ଓହରି ପୁଣି ଜାତୀୟ ଦଳର ନେତୃତ୍ବ ନେବାକୁ ଫେରିଛନ୍ତି।
ନାଇଟ୍ କ୍ଲବ ବିବାଦକୁ ନେଇ ଜୁନ ୮ରେ ଇସିବିର ଶୃଙ୍ଖଳା କମିଟି ଶୁଣାଣି କରିଥିଲେ। ସେଥରେ ଉଭୟଙ୍କୁ ଦୋଷମୁକ୍ତ କରାଯାଇଥିଲା। ଏ ସଂପର୍କିତ ତଦନ୍ତ ପରେ ଇସିବି ପକ୍ଷରୁ କୁହାଯାଇଛି ଯେ ନାଇଟ୍ କ୍ଲବରେ ଗଣ୍ଡଗୋଳ ସମୟରେ ଷ୍ଟୋକ୍ସ ଉପସ୍ଥିତ ନଥିଲେ। ସେହିପରି ଅଟକିନ୍ସନଙ୍କ ଉପରେ ଆକ୍ରମଣ ହୋଇଥିଲେ ବି ସେ ତାହାର ଜବାବ ଦେଇନଥିଲେ। ଏଣୁ ହିଂସା ପାଇଁ ଉଭୟଙ୍କୁ ଦାୟୀ କରାଯାଇପାରିବ ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଆସନ୍ତା ୨୫ ତାରିଖରୁ ନଟିଙ୍ଗ୍ହାମ୍ର ଟେଣ୍ଟବ୍ରିଜ୍ଠାରେ ଖେଳାଯିବ। ଷ୍ଟୋକ୍ସ ଓ ଅଟକିନ୍ସନ ଫେରିବା ପରେ ଇଂଲଣ୍ଡ ଦଳ ଅଧିକ ସନ୍ତୁଳିତ ହେବା ସହ ଏହାର ଶକ୍ତି ବୃଦ୍ଧି ପାଇବା ଆଶା କରାଯାଉଛି।

