ଲହାରକୁ ସାଧାରଣ ବନ୍ୟା ଭାବି ଭୁଲ୍ କରିବା ଏକ ବଡ଼ ଭୁଲ। ଏହା ପାଣି ସହିତ ବହୁ ପରିମାଣର କାଦୁଅ, ପଥର ଏବଂ ଭଗ୍ନାବଶେଷ ବହନ କରିଥାଏ। ଏହାର ପ୍ରବାହ ଏତେ ଶକ୍ତିଶାଳୀ ହୋଇପାରେ ଯେ ଏହା ଓଦା ସିମେଣ୍ଟ ପରି ନିଜ ରାସ୍ତାରେ ଥିବା ଯେକୌଣସି ଜିନିଷକୁ ଠେଲି ନଷ୍ଟ କରିବାକୁ ସକ୍ଷମ। ସବୁଠାରୁ ଭୟଙ୍କର କଥା ହେଉଛି ଏପରି ପ୍ରବାହ ଜ୍ୱାଳାମୁଖୀ ଉଦ୍ଗିରଣ ବିନା ମଧ୍ୟ ହୋଇପାରେ। ୟୁଏସଜିଏସ ପକ୍ଷରୁ ଭବିଷ୍ୟତରେ ମାଉଣ୍ଟ ରେନିୟରର ପଶ୍ଚିମ ପାର୍ଶ୍ୱରେ ଏକ ବଡ଼ ତୁଷାର ଚାଦର ଭୁଶୁଡ଼ିବାର ସମ୍ଭାବନା ଉଲ୍ଲେଖ କରାଯାଇଛି। ଯଦି ଏହା ହୁଏ, ତେବେ ଏକ ବଡ଼ ଧ୍ବଂସାବଶେଷ ପ୍ରବାହ ଏକକାଳୀନ ଅନେକ ନଦୀ ଉପତ୍ୟକାରେ ପହଞ୍ଚିବାର ଆଶଙ୍କା ରହିଛି।
ନେପାଳରେ ହଠାତ୍ ବନ୍ୟା ଯେପରି ହଠାତ୍ କ୍ଷୟକ୍ଷତି ଘଟାଇଛି, ସେହିପରି ଆମେରିକା ମଧ୍ୟ ସମାନ ବିପର୍ୟ୍ୟୟର ସମ୍ମୁଖୀନ ହୋଇପାରେ ବୋଲି ଆକଳନ କରାଯାଇଛି। ଆମେରିକାରେ ବିପଦପୂର୍ଣ୍ଣ ଆଗ୍ନେୟଗିରି ବିଷୟରେ ପୁରୁଣା ଚେତାବନୀ ପୁଣି ଥରେ ସାମ୍ନାକୁ ଆସିଛି। ୱାସିଂଟନ ରାଜ୍ୟରେ ଅବସ୍ଥିତ ମାଉଣ୍ଟ ରେନିୟରର ଉଦ୍ଗିରଣ ସମୟରେ ବିପଦ ସୃଷ୍ଟି ହେବା ସହିତ ଏହାଯୋଗୁଁ ଭୂସ୍ଖଳନ,ହିମବାହ ତରଳିବା,ପ୍ରବଳ ବର୍ଷା କିମ୍ବା ଏହାର ବିସ୍ତୃତ ତୁଷାର ଆବୃତ ଚଟାଣ ଉପରେ ଏକ ଛୋଟ ଭୂମିକମ୍ପ ମଧ୍ୟ ନେପାଳ ଭଳି ଭୟଙ୍କର ଜଳପ୍ରଳୟ ସୃଷ୍ଟି କରିପାରେ। ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଯେ ସିଆଟେଲ-ଟାକୋମା ମେଟ୍ରୋ ଅଞ୍ଚଳରେ ୩୩ଲକ୍ଷରୁ ଅଧିକ ଲୋକ ବାସକରିଥାନ୍ତି। ଯେତେବେଳେ ୬୦ ହଜାରରୁ ଅଧିକ ଲୋକ ମାଉଣ୍ଟ ରେନିୟରର ଲହାର ପ୍ରବାହିତ ସମ୍ବେଦନଶୀଳ ଅଞ୍ଚଳରେ ବାସ କରୁଛନ୍ତି। ଏହା ଯୋଗୁ ୱାସିଂଟନ ସହର ଧ୍ବଂସ ପାଇପାରେ। ନେପାଳରେ ଘଟିଥିବା ପ୍ରାକୃତିକ ବିପର୍ୟ୍ୟୟ ହିମସ୍ଖଳନ ଯୋଗୁଁ ଘଟିଛି। ହଜାର ହଜାର ଫୁଟ ଉଚ୍ଚତାରେ ବରଫର ଏକ ବିରାଟ ଖଣ୍ଡ ଖସି ପଡ଼ି ପାଣି, ପଥର ଏବଂ ଭଗ୍ନାବଶେଷ ସହିତ ମିଶି ହଠାତ୍ ଏକ ବଡ଼ ଜଳ ସ୍ରୋତରେ ପରିଣତ ହୋଇଥିଲା। ମାଉଣ୍ଟ ରେନିୟରରେ ସମାନ ଆକସ୍ମିକ ପ୍ରାକୃତିକ ଘଟଣା ବିଷୟକୁ ବୈଜ୍ଞାନିକମାନେ ଚିନ୍ତିତ। କେବଳ ପାର୍ଥକ୍ୟ ହେଉଛି ସେଠାରେ କ୍ଷୟକ୍ଷତି ପାଇଁ ଜ୍ୱାଳାମୁଖୀ ଉଦ୍ଗିରଣର ଆବଶ୍ୟକତା ନାହିଁ।
ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ(ୟୁଏସଜିଏସ)ଅନୁଯାୟୀ, ମାଉଣ୍ଟ ରେନିୟର ଭବିଷ୍ୟତରେ ଉଦ୍ଗୀରଣ ହେବାର କୌଣସି ସୂଚନା ନାହିଁ। କିନ୍ତୁ ବିପଦ ଅନ୍ୟଠାରେ ରହିଛି। ମାଉଣ୍ଟ ରେନିୟର ବିଶାଳ ହିମଖଣ୍ଡ ଦ୍ୱାରା ଆଚ୍ଛାଦିତ ହୋଇଛି। ଯଦି ଭୂସ୍ଖଳନ ଯୋଗୁଁ ଏହାର ଉପର ଢାଙ୍କି ହୋଇ ରହିଥିବା ଏକ ଅଂଶ ଭୁଶୁଡ଼ି ପଡ଼େ କିମ୍ବା ହିମଖଣ୍ଡ ଦ୍ରୁତ ଗତିରେ ତରଳେ, ତେବେ ପାଣି, କାଦୁଅ, ପଥର ଏବଂ ଭଗ୍ନାବଶେଷ ତଳକୁ ଖସିବା ଆଶଙ୍କା ରହିଛି। ଏହି ଦ୍ରୁତ ପ୍ରବାହକୁ ଲହାର କୁହାଯାଇଥାଏ।
ଲହାରକୁ ସାଧାରଣ ବନ୍ୟା ଭାବି ଭୁଲ୍ କରିବା ଏକ ବଡ଼ ଭୁଲ। ଏହା ପାଣି ସହିତ ବହୁ ପରିମାଣର କାଦୁଅ, ପଥର ଏବଂ ଭଗ୍ନାବଶେଷ ବହନ କରିଥାଏ। ଏହାର ପ୍ରବାହ ଏତେ ଶକ୍ତିଶାଳୀ ହୋଇପାରେ ଯେ ଏହା ଓଦା ସିମେଣ୍ଟ ପରି ନିଜ ରାସ୍ତାରେ ଥିବା ଯେକୌଣସି ଜିନିଷକୁ ଠେଲି ନଷ୍ଟ କରିବାକୁ ସକ୍ଷମ। ସବୁଠାରୁ ଭୟଙ୍କର କଥା ହେଉଛି ଏପରି ପ୍ରବାହ ଜ୍ୱାଳାମୁଖୀ ଉଦ୍ଗିରଣ ବିନା ମଧ୍ୟ ହୋଇପାରେ। ୟୁଏସଜିଏସ ପକ୍ଷରୁ ଭବିଷ୍ୟତରେ ମାଉଣ୍ଟ ରେନିୟରର ପଶ୍ଚିମ ପାର୍ଶ୍ୱରେ ଏକ ବଡ଼ ତୁଷାର ଚାଦର ଭୁଶୁଡ଼ିବାର ସମ୍ଭାବନା ଉଲ୍ଲେଖ କରାଯାଇଛି। ଯଦି ଏହା ହୁଏ, ତେବେ ଏକ ବଡ଼ ଧ୍ବଂସାବଶେଷ ପ୍ରବାହ ଏକକାଳୀନ ଅନେକ ନଦୀ ଉପତ୍ୟକାରେ ପହଞ୍ଚିବାର ଆଶଙ୍କା ରହିଛି।
ୟୁଏସଜିଏସ କମ୍ପ୍ୟୁଟର ମଡେଲଗୁଡ଼ିକ ଏହି ବିପଦର ଗତିର ଏକ ଭୟଙ୍କର ଚିତ୍ର ଆଙ୍କିଛନ୍ତି। ମଡେଲଗୁଡ଼ିକ ଅନୁସାରେ ପ୍ରବାହିତ ଲହାର ପ୍ରାୟ ୫ ମିନିଟ୍ ମଧ୍ୟରେ ମାଉଣ୍ଟ ରେନିଅର ଜାତୀୟ ଉଦ୍ୟାନ ମଧ୍ୟରେ ଘର ଏବଂ ପର୍ୟ୍ୟଟନ କ୍ଷେତ୍ରରେ ପହଞ୍ଚିପାରେ। ପାର୍କ ବାହାରର କିଛି ସହର, ଯେଉଁଥିରେ ଅର୍ଟିଂ, ସମନର ଏବଂ ପୁୟାଲପ୍ ଭଳି ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ରହିଛି। ସେଠାରେ ପହଞ୍ଚିବାକୁ ୧୫ ରୁ ୬୦ ମିନିଟ୍ ସମୟ ଲାଗିପାରେ। ଦକ୍ଷିଣ ଦିଗରେ ପ୍ରବାହ ବଢ଼ିବା ସହିତ, ଆଶଫୋର୍ଡ ଏବଂ ଆଲଡର ହ୍ରଦର ଆଖପାଖ ଅଞ୍ଚଳଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇପାରେ। ଏହାର ଅର୍ଥ ହେଉଛି ବିପଦ ଆସିବା ପରେ ଲୋକଙ୍କ ପାଖରେ ନିରାପଦରେ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିବ ନାହିଁ।
ମାଉଣ୍ଟ ରେନିୟରରେ ୧୦୦୦ ବର୍ଷରୁ ଅଧିକ ସମୟ ମଧ୍ୟରେ କୌଣସି ବଡ଼ ବିସ୍ଫୋରଣ ହୋଇନାହିଁ। ଏହା ସତ୍ତ୍ୱେ, ବିପଦ ସମ୍ଭାବନା ଦୃଷ୍ଟିରୁ ୟୁଏସଜିଏସ ଏହାକୁ ଯୁକ୍ତରାଷ୍ଟ୍ରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜ୍ୱାଳାମୁଖୀ ମଧ୍ୟରେ ସ୍ଥାନିତ କରିଛି। ମାଉଣ୍ଟ ରେନିୟରର ବିପଦକୁ ବୁଝିବା ପାଇଁ,୧୯୮୦ର ମାଉଣ୍ଟ ସେଣ୍ଟ ହେଲେନ୍ସ ବିପର୍ୟ୍ୟୟକୁ ପ୍ରାୟତଃ ମନେ ପକାଇବାକୁ ପଡ଼ିଥାଏ। ଡେଲି ମେଲ୍ ଅନୁଯାୟୀ, ସେହି ଉଦ୍ଗିରଣ ସମୟରେ, ଜ୍ୱାଳାମୁଖୀର ଉତ୍ତର ପାର୍ଶ୍ୱ ଭୁଶୁଡ଼ି ପଡ଼ିଥିଲା ଏବଂ ଗରମ ପାଇରୋକ୍ଲାଷ୍ଟିକ୍ ପ୍ରବାହ ଦ୍ରୁତ ଗତିରେ ହିମବାହୀ ବରଫ ତରଳି ଯାଇଥିଲା। ପାଣି, କାଦୁଅ ଏବଂ ଭଗ୍ନାବଶେଷର ପ୍ରଚୁର ସ୍ରୋତ ନଦୀ ଉପତ୍ୟକାରେ ଡଜନେ ମାଇଲ ପର୍ୟ୍ୟନ୍ତ ଭାସି ଯାଇଥିଲା। ଏହି ବିପର୍ୟ୍ୟୟ ୨୦୦ରୁ ଅଧିକ ଘର, ୧୯୫ ମାଇଲ ରାସ୍ତା ଏବଂ ୨୭ ପୋଲକୁ ନଷ୍ଟ କରିଦେଇଥିଲା।
ମାଉଣ୍ଟ ରେନିୟରକୁ ଘେରି ରହିଥିବା ବିପଦର ପ୍ରତିକ୍ରିୟା ସ୍ୱରୂପ, ୟୁଏସଜିଏସ ୧୯୯୮ମସିହାରେ ଲହାର ଚିହ୍ନଟ ଏବଂ ଚେତାବନୀ ପ୍ରଣାଳୀ ପ୍ରତିଷ୍ଠା କରିଥିଲା। ଏହି ପ୍ରଣାଳୀରେ ନଦୀ ଉପତ୍ୟକାରେ ସ୍ଥାପିତ ଭୂତଳ ସେନ୍ସର ଏବଂ ଟ୍ରିପୱୟାର ଅନ୍ତର୍ଭୁକ୍ତ। ସେମାନଙ୍କର କାର୍ୟ୍ୟ ହେଉଛି ଲହାର ଦ୍ୱାରା ସୃଷ୍ଟି ହେଉଥିବା କମ୍ପନକୁ ଚିହ୍ନଟ କରିବା ଏବଂ ଜରୁରୀକାଳୀନ କେନ୍ଦ୍ରକୁ ତୁରନ୍ତ ସତର୍କତା ପଠାଇବା।

