ମୃତକମାନେ ହେଲେ ଷଡ଼ଙ୍ଗୀ ଅଞ୍ଚଳର ସନ୍ତୋଷ ଦେହୁରୀ ଏବଂ ନରସିଂହପୁର ଅଞ୍ଚଳର ରଞ୍ଜିତ ଖଟୁଆ। ସେହିପରି ଗୁରୁତର ଆହତ ଦୁଇ ଜଣ ହେଲେ ଷଡ଼ଙ୍ଗୀ ଅଞ୍ଚଳର ତୋଫାନି ଦେହୁରୀ ଏବଂ କାରନ୍ଦା ଗାଁର ଶଙ୍କର୍ଷଣ ବେହେରା।
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଅଠେଇସିମଇଲି ଛକ ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ଚିକିତ୍ସକଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ମୃତକମାନେ ହେଲେ ଷଡ଼ଙ୍ଗୀ ଅଞ୍ଚଳର ସନ୍ତୋଷ ଦେହୁରୀ ଏବଂ ନରସିଂହପୁର ଅଞ୍ଚଳର ରଞ୍ଜିତ ଖଟୁଆ। ସେହିପରି ଗୁରୁତର ଆହତ ଦୁଇ ଜଣ ହେଲେ ଷଡ଼ଙ୍ଗୀ ଅଞ୍ଚଳର ତୋଫାନି ଦେହୁରୀ ଏବଂ କାରନ୍ଦା ଗାଁର ଶଙ୍କର୍ଷଣ ବେହେରା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଏବଂ ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ କରାଯାଉଛି।

