ଦିଲ୍ଲୀରେ ଚାଞ୍ଚଲ୍ୟ, ସୁଟକେସ୍‌ରୁ ମିଳିଲା ଯୁବତୀଙ୍କ ମୃତଦେହ

ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଚାଞ୍ଚଲ୍ୟ । ସୁଟକେସ୍ ଭିତରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ । ଘଟଣାର ତଦନ୍ତ କରି ପୁଲିସ ମୃତକଙ୍କ କଜିନ୍ ଭାଇ ଅବିନାଶଙ୍କୁ ହେପାଜତରେ ନେଇଛି ।

ଦିଲ୍ଲୀର ବୁରାଡ଼ି ଅଞ୍ଚଳରେ ଚାଞ୍ଚଲ୍ୟ । ସୁଟକେସ୍ ଭିତରୁ ମିଳିଲା ଜଣେ ଯୁବତୀଙ୍କ ମୃତଦେହ । ଘଟଣାର ତଦନ୍ତ କରି ପୁଲିସ ମୃତକଙ୍କ କଜିନ୍ ଭାଇ ଅବିନାଶଙ୍କୁ ହେପାଜତରେ ନେଇଛି । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରେମ ସମ୍ପର୍କକୁ ନେଇ ସନ୍ଦେହରୁ ଏହି ହତ୍ୟା ହୋଇଥିବା ଅଭିଯୋଗ ରହିଛି । ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀର ବୁରାଡ଼ି ଥାନା ଅଧୀନ ଅଜିତ ବିହାରର ଏକ ନିଛାଟିଆ ସ୍ଥାନରେ ପୁଲିସ ଏକ ସୁଟକେସ୍ ଠାବ କରିଥିଲା । ସୁଟକେସ୍ ଖୋଲିବା ପରେ ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା । ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ରାତିରେ ଚେକିଂ କରୁଥିବା ଆଉଟର ନର୍ଥ ଜିଲ୍ଲାର ସ୍ପେଶାଲ୍ ଷ୍ଟାଫ୍ ଟିମ୍‌ର ନଜର ଜଣେ ଯୁବକଙ୍କ ଉପରେ ପଡ଼ିଥିଲା ।

ତାଙ୍କ ଗତିବିଧି ସନ୍ଦେହଜନକ ଲାଗିବାରୁ ପୁଲିସ ତାଙ୍କୁ ଅଟକାଇ ପଚରାଉଚରା କରିଥିଲା । ପଚରାଉଚରା ବେଳେ ସେ ନିଜ କଜିନ୍ ଭଉଣୀଙ୍କୁ ହତ୍ୟା କରିଥିବା କଥା କହିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ପୁଲିସ ଅଭିଯୁକ୍ତଙ୍କ ନିଶାନଦେହୀରେ ଅଜିତ ବିହାରର ଏକ ନିଛାଟିଆ ସ୍ଥାନରୁ ସୁଟକେସ୍ ଉଦ୍ଧାର କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ତେବେ ହତ୍ୟାର ପ୍ରକୃତ କାରଣ, ଘଟଣା କିଭଳି ଘଟିଥିଲା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ—ସେନେଇ ତଦନ୍ତ ଜାରି ରହିଛି । ପ୍ରେମ ସମ୍ପର୍କକୁ ନେଇ ସନ୍ଦେହ, ତା’ପରେ ହତ୍ୟା ଏବଂ ମୃତଦେହକୁ ସୁଟକେସ୍‌ରେ ଭର୍ତ୍ତି କରି ଫିଙ୍ଗିଦେବା—ଏହି ଘଟଣା ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ପୁଲିସ ତଦନ୍ତରୁ ହତ୍ୟା ପଛର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବାକୁ ବାକି ରହିଛି ।

Leave a Reply

Your email address will not be published. Required fields are marked *